ମୁଖ୍ୟ ଖବର
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ହାତୀଙ୍କର ମୃତଦେହ ଠାବ ହୋଇଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ବ୍ୟତୀତ ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି।
ଟାଇଗର ରିଜର୍ଭରେ ପାଟ୍ରୋଲିଂ କରୁଥିବା ଜଣେ ଫରେଷ୍ଟ ଗାର୍ଡ ଏହି ୪ ହାତୀଙ୍କ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ଏହି ସମୟରେ ସମାନ ହାତୀ ପଲର ଅନ୍ୟ ୫ ହାତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡ଼ିଛି। ସନ୍ଦେହ କରାଯାଉଛି ଯେ ହାତୀମାନେ ହୁଏତ କିଛି ବିଷାକ୍ତ କିମ୍ବା ନାର୍କୋଟିକ୍ ଯୁକ୍ତ ପଦାର୍ଥ ଖାଇଦେଇଛନ୍ତି। ତେବେ ମୃତ ୪ ହାତୀଙ୍କର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଯେଉଁଥିରୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
Comments ସମସ୍ତ ମତାମତ