Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମଣିପୁରରେ ହିଂସା: ଉଗ୍ରବାଦୀଙ୍କ ଗୁଳିମାଡ଼ରେ ୪ ମୃତ

    Share on :
    ajab-Image
    Date: Sep 14, 2026    Views: 2598

    ଇମ୍ଫାଲ: ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ପୁଣି ହିଂସା ଦେଖିବାକୁ  ମିଳିଛି । ରବିବାର ଉଗ୍ରବାଦୀଙ୍କ ଦୁଇଟି  ପୃଥକ୍‌ ଆକ୍ରମଣରେ ଦୁଇ ମହିଳାଙ୍କ  ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ  ୬ ବର୍ଷୀୟ ନାବାଳକ ଆହତ ହୋଇଛନ୍ତି । ତାମେଙ୍ଗଲୋଙ୍ଗ ଓ ନୋନି ଜିଲ୍ଲାରେ  ଏହି ଗୁଳିକାଣ୍ଡ ଘଟିଛି ।

    ପୁଲିସ ସୂଚନା  ମୁତାବକ, ତାମେଙ୍ଗଲୋଙ୍ଗରେ ରବିବାର  ଭୋର ସମୟରେ ଉଗ୍ରବାଦୀଙ୍କ ଆକ୍ରମଣରେ  ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ  ମଧ୍ୟରେ ଦମ୍ପତି ରହିଛନ୍ତି । ସେମାନଙ୍କ  ୬ ବର୍ଷୀୟ ପୁଅ ଗୁଳିମାଡ଼ରେ ଗୁରୁତର  ଆହତ ହୋଇଛି । ଟୋଲେନ ଗ୍ରାମରେ  ଏହା ଘଟିଥିଲା । ଏହାର ୧୨ ଘଣ୍ଟା ପରେ ନୋନି ଜିଲ୍ଲାର ଲୋଙ୍ଗପି ଗ୍ରାମରେ ଘଟିଥିବା  ଅନ୍ୟ ଏକ ହମଲାରେ ଆଉ ଦୁଇଜଣଙ୍କ  ମୃତ୍ୟୁ ହୋଇଛି । ଏହାପରେ ପୁଲିସ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।  ଅଦ୍ୟାବଧି କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି ।
    ରବିବାର କୁକି  ସମୁଦାୟ ପକ୍ଷରୁ ‘ସହିତ ନି’ ବା ‘କଳା  ଦିବସ’ ପାଳନ କରାଯାଉଥିଲା । ୧୯୯୦  ଦଶକରେ କୁକି-ନାଗା ହିଂସାକାଣ୍ଡରେ  ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଏହି  ଦିବସ ପାଳିତ ହେଉଥିଲା । ଘଟଣାକୁ ନେଇ  ମଣିପୁର ମୁଖ୍ୟମନ୍ତ୍ରୀ ୱାଇ ଖେମଚନ୍ଦ ସିଂହ  ଶୋକବ୍ୟକ୍ତ କରିଛନ୍ତି । ନିର୍ଦ୍ଦୋଷ ନାଗରିକଙ୍କ  ବିରୋଧରେ ଏଭଳି ହିଂସା ଭୀରୁତାର  ପରିଚୟ ଦେଉଥିବା ସେ କହିଛନ୍ତି ।

    ​​​​​​​

    Maximum 500 characters

    ଦେଶ ବିଦେଶ View all

    Find Us on Facebook