Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ତୃତୀୟ ଦିନିକିଆ: ୧୧୯ ରନରେ ବାଜି ମାରିଲା ଟିମ ଇଣ୍ଡିଆ

    Share on :
    ajab-Image
    Date: Jul 28, 2022    Views: 4071

    ପୋର୍ଟ ଅଫ ସ୍ପେନ: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଅନୁଷ୍ଠିତ ୩ ମ୍ୟାଚ ବିଶିଷ୍ଟ ଦିନିକିଆକୁ ଜିତି ନେଇଛି ଟିମ ଇଣ୍ଡିଆ । ବୁଧବାର ଅନୁଷ୍ଠିତ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ ଭାରତ କରିଛି । ବର୍ଷା ବାଧାପ୍ରାପ୍ତ ଅନ୍ତିମ ଦିନିକିଆରେ ଭାରତ ୧୧୯ ରନରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୩୬ ଓଭରରେ ୩ ୱିକେଟ ହରାଇ ୨୨୫ ରନ କରିଥିଲା । ବର୍ଷା ହେବାରୁ ଡକ ୱର୍ଥ ଲୁଇସ ନିୟମ ଅନୁଯାୟୀ ଘରୋଇ ଦଳ ଆଗରୁ ବିଜୟ ପାଇଁ ୩୫ ଓଭରରେ ୨୫୭ ରନ କରିବାକୁ ଧାର୍ୟ୍ୟ ହୋଇଥିଲା । ଇଣ୍ଡିଜ ଦଳ ୨୬ ଓଭରରେ ମାତ୍ର ୧୩୭ ରନ କରିବାକୁ ସକ୍ଷମ ହୋଇଥିଲେ । ଭାରତର ଶୁଭମନ ଗିଲଙ୍କ ଅପରାଜିତ ୯୮ ରନ ପାଇଁ ସେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

    ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଇଣ୍ଡିଜ ସମ୍ମୁଖରେ ବିଜୟ ପାଇଁ ୩୫ ଓଭରରେ ୨୫୭ ରନ ଟାର୍ଗେଟ ରହିଥିଲା । ଆରମ୍ଭରୁ ହିଁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଦ୍ବିତୀୟ ଓଭରରେ ହିଁ ମହମ୍ମଦ ସିରାଜ ଓ ଉଭୟ କେଲି ମେୟର୍ସ ଓ ସାମରା ବ୍ରୁକ୍ସଙ୍କୁ ଆଉଟ କରିଥିଲେ । ମଧ୍ୟଭାଗରେ କିଙ୍ଗସ ଲଢୁଆ ବ୍ୟାଟିଂ କରିଥିଲେ । ହେଲେ ତାହା ଦଳ ପାଇଁ ଯଥେଷ୍ଟ ନଥିଲା । ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରିନଥିଲେ । ନିୟମିତ ବ୍ୟବଧାନରେ ଘରୋଇ ଦଳ ୱିକେଟ ହରାଇ ୧୩୭ରେ ଅଲ ଆଉଟ ହୋଇଥିଲା । କିଙ୍ଗ (୫ଚୌକା,୧ଛକା), ପୁରନ ୪୨(୫ଚୌକା,୧ଛକା) ରନ କରିଥିଲେ । ଭାରତ ପକ୍ଷରୁ ୟୁଝବେନ୍ଦ୍ର ଚହଲ ୪ଟି ୱିକେଟ ଅକ୍ତିଆର କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook