Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନା ଟିକା ନେଇ ଏହା କହିଲେ ଟ୍ରମ୍ପ

    Share on :
    ajab-Image
    Date: Oct 23, 2020    Views: 6046

    ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭ୍ୟାକସିନ୍ ସପ୍ତାହକ ମଧ୍ୟରେ ଆସୁଥିବା ନେଇ ବଡ ଘୋଷଣା କରିଛନ୍ତି । ସପ୍ତାହକ ମଧ୍ୟରେ ଆମେରିକା ଆଣିବ କରୋନା ଟିକା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଗରୁ ଶେଷ ଡିବେଟ୍ ରେ ଏନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ଭ୍ୟାକସିନ୍ କାମ ଏବେ ଯୁଦ୍ଧକାଳିନ ଭିତିରେ ଆଗେଇ ଚାଲିଛି । ଆମେରିକା ସେନା ଏହି ଭ୍ୟାକସିନ୍ ବିତରଣ କାମ କରିବ । ରାଷ୍ଟ୍ରପତି ନିର୍ବାଚନ ଆଗରୁ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ ଶେଷ ଡିବେଟ୍ ହୋଇଛି । ଏହି ସମୟରେ କରୋନା ମୁକାବିଲାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଥମ ପ୍ରଶ୍ନ ହୋଇଥିଲା । ଏହାର ଜବାବ ରଖିବାକୁ ଯାଇ ଟ୍ରମ୍ପ କରୋନା ଭ୍ୟାକସିନ୍ ସପ୍ତାହକ ମଧ୍ୟରେ ଆସୁଥିବା ନେଇ କରିଛନ୍ତି ବଡ ଘୋଷଣା । ଡିବେଟ୍ ସମୟରେ ଟ୍ରମ୍ପ ଇସାରା କରିଛନ୍ତି ଖୁବଶୀଘ୍ର ଆମେରିକା ଚୀନରୁ ଆସିଥିବା ଏହି ବିଶ୍ୱ ମହାମାରୀକୁ ମୁକାବିଲା କରିଛି । ସେ ଯେତେବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ତାଙ୍କ ଠାରେ ଏହି ଔଷଧକୁ ପ୍ରୟୋଗ କରିଥିଲେ ଡାକ୍ତର । ଆଉ ଟ୍ରମ୍ପ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଆମେରିକାର ସର୍ବସାଧାରଣ ଲୋକଙ୍କୁ ଏହି ଟିକାର ସୁବିଧା ମିଳିବ । କରୋନା ମୁକାବିଲାରେ ଆମେରିକାର କଠୋରତାର ସହିତ ଲଢେଇ କରଛି । ବର୍ତମାନ ଆମେରିକାରେ ଅଧିକ ସଂକ୍ରମଣ ଥିବା ସହର ଗୁଡିକରେ ଆକ୍ରାନ୍ତ ଓ ମୃତ୍ୟୁ ହାରକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି । କରୋନା ଟିକା ଆସିଗଲେ ସେନା ସହାୟତାରେ ଏହାକୁ ବଂଟନ କରି କରୋନା ମୁକାବିଲାକୁ ଅଧିକ ସଫଳ କରାଯାଇପାରିବ ବୋଲି ଟ୍ରମ୍ପ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook