ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତ ସରକାର ଟୁଇଟରକୁ ଚିଠି ଲେଖି ଚେତାବନୀ ଦେଇଛନ୍ତି । ଭାରତର ସାର୍ବଭୌମତ୍ୱରେ ଆଞ୍ଚ ନଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟର ସିଇଓଙ୍କୁ ଚିଠି କରାଯାଇଛି । ଭାରତର ଭୁଲ ମ୍ୟାପ ପ୍ରଦର୍ଶନ କରିଥିବାରୁ ଟୁଇଟରକୁ ଚିଠି କରାଯିବା ସହ ଏହାରି ମାଧ୍ୟମରେ ଚେତାବନୀ ଦିଆଯାଇଛି । ଗତ ରବିବାର ଟୁଇଟରରେ ଭାରତର ବିବାଦୀୟ ମ୍ୟାପ ପ୍ରଦର୍ଶନ ହୋଇଥିଲା । ଉକ୍ତ ମ୍ୟାପରେ ଜାମ୍ମୁ ଓ କାଶ୍ମୀରକୁ ଚୀନର ବୋଲି ଦର୍ଶାଯାଇଥିଲା । ଏହାକୁ ଭାରତ ସରକାରଙ୍କ ପକ୍ଷରୁ ଗୁରୁତର ସହକାରରେ ଗ୍ରହଣ କରାଯାଇ ଟୁଇଟରକୁ ଚେତାବନୀ ଦିଆଯାଇଛି । ତେବେ ଭାରତ ସରକାରଙ୍କ ଚିଠିକୁ ଗୁରୁତର ସହ ନେଇଛୁ ବୋଲି ଟୁଇଟର ସିଇଓ କହିଛନ୍ତି ।
Comments ସମସ୍ତ ମତାମତ 0