Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭାଇବୋହୂଙ୍କୁ କଟୁରିରେ ହାଣିଦେଲା ଦେଢ଼ଶୁର

    Share on :
    ajab-Image
    Date: Oct 21, 2020    Views: 5711

    ବାଲିପାଟଣା : ସ୍ଥାନୀୟ ଅଭୟମୁଖି ଗାଁରେ ଦେଢ଼ଶୂରର କଟୁରି ଚୋଟରେ ଭାଇବୋହୂ ଗୁରୁତର ଆହତ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜମିଜମା ବିବାଦକୁ ନେଇ ଅଭିଯୁକ୍ତ ଦେଢ଼ଶୁର ଏହି କାଣ୍ଡ ଘଟଣାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବାଲିପାଟଣା ଥାନା ପୁଲିସ ଅଭିଯୁକ୍ତ ଗୋବିନ୍ଦ ସାହୁ ଓରଫ ବାବୁଲାକୁ ଗିରଫ କରିଛି । ଗୁରୁତର ଅବସ୍ଥାରେ ଭାଇବୋହୂ ମାନସୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି ଓ ସେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁସାରେ ଦେଉଳିଧରପୁର ପଞ୍ଚାୟତ ଅଭୟମୁଖିଶାସନ ଗ୍ରାମର ଗୋବିନ୍ଦ ସାହୁ ଓରଫ ବାବୁଲା ଏବଂ ସାନ ଭାଇ ନନ୍ଦ କିଶୋର ସାହୁ ଓରଫ ଠେକୁଆଙ୍କ ମଧ୍ୟରେ ପୂର୍ବରୁ ଜମି ଜମା ବିବାଦ ଲାଗି ରହିଛି । ସ୍ଥାନୀୟ ଭଦ୍ରଲୋକମାନେ ଏହି ବିବାଦର ସମାଧାନ କରିଥିଲେ ମଧ୍ୟ ବାବୁଲା ସେମାନଙ୍କ ନିଷ୍ପତ୍ତିକୁ ମାନୁନଥିଲା । ଏବେ କିଛି ଦିନ ହେଲା ବାବୁଲା ବିବାଦୀୟ ଜମି ଗୃହ ନିର୍ମାଣ କରୁଥିବାକୁ ନେଇ ପୁଣି ବିପାଦ ଘନେଇବାରେ ଲାଗିଥିଲା । ସକାଳ ପ୍ରାୟ ୯ଟାରେ ନନ୍ଦ ଘରେ ନଥିବା ବେଳେ ବାବୁଲା ଗାଳିମନ୍ଦ କରିବାରୁ ଭାଇବୋହୂ ମାନସୀ ପ୍ରତିବାଦ କରିଥିଲେ । ହଠାତ ବାବୁଲା ଏକ କଟୁରି ଚୋଟରେ ମାନସୀଙ୍କୁ ହାଣି ଦେଇଥିଲା । କଟୁରୀ ଚୋଟରେ ତାଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କୁ ପ୍ରଥମେ ବାଲିପାଟଣା ସିଏଚସି ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook