ମୁଖ୍ୟ ଖବର
ଲଣ୍ଡନ : ଗୋଟିଏ ଭୂତାଣୁ ସାରା ବିଶ୍ୱକୁ ଛାରଖାର କରିଦେବ । ୨୦୧୯ ଫେବୃଆରୀରେ ବ୍ରିଟିଶ ଜ୍ୟୋତିଷ ଜେସିକା ଏଡ଼ମ୍ସ ଭବିଷ୍ୟବାଣୀ କରିଥିଲେ । କିନ୍ତୁ ସେତେବେଳେ କେହି ତାଙ୍କ କଥାକୁ ବିଶ୍ୱାସ କରିନଥିଲେ । ଏବେ ସେ ଟ୍ରମ୍ଫଙ୍କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲଡ଼ ଟ୍ରମ୍ଫ ନିର୍ବାଚନ ଜିତିବେ ନାହିଁ ବୋଲି ସେ କହିଛନ୍ତି ।
ଲଣ୍ଡନରେ ୨୦୨୦ ମାର୍ଚ୍ଚରୁ ଭୂତାଣୁ କାୟା ବିସ୍ତାର କରିବ ବୋଲି ସେ ଜାଣିପାରିଥିଲେ । ଯେଉଁଥିପାଇଁ ଏକ ବଡ଼ ପାର୍ଟିକୁ ବାତିଲ କରି ସେ ଲଣ୍ଡନରେ ଥିବା ନିଜ ଘର ଛାଡ଼ି ତାସମାନିଆ ଚାଲି ଯାଇଥିଲେ । ସେହିପରି କରୋନାର ଟୀକା ବାହାରି ପାରିବନି । ଆମକୁ କରୋନା ସହ ବଂଚିବାକୁ ପଡ଼ିବ ବୋଲି ଡେଲି ମେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ।
ଆମେରିକା ନିର୍ବାଚନ ବିଳମ୍ବିତ ହେବବୋଲି ସେ କହିବା ସହ ନୂଆ ନେତୃତ୍ୱ ଆମେରିକାର ନେତା ହେବେବୋଲି ଭବିଷ୍ୟବାଣୀ କରିଛନ୍ତି । ସେହିପରି ୨୦୨୧ ଜାନୁଆରୀ ବ୍ରିଟେନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୨୦୦୦ ବର୍ଷ ପୂର୍ବରୁ ରୋମାନ ଆକ୍ରମଣ ସମୟକୁ ବି୍ରଟେନ ପଳାଇବ । ଏମିତିକି ଏହା ଚାରି ଦେଶରେ ବିଭାଜିତ ହେବବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଜେସିକା ଏଡ଼ମ୍ସଙ୍କର ଏଭଳି ଭବିଷ୍ୟବାଣୀକୁ ନେଇ ଏବେ ବ୍ରିଟେନରେ ଜୋରଦାର ଚର୍ଚ୍ଚା ହେଉଛି ।
Comments ସମସ୍ତ ମତାମତ 0