Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ବିଜେପିରେ ମିଶିବା ବାପାଙ୍କ ଭୁଲ ନିଷ୍ପତି ଥିଲା’

    Share on :
    ajab-Image
    Date: Oct 16, 2019    Views: 1070

    ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଗୋଟିଏ ପଟେ ରାଜନୈତିକ ମଇଦାନ ସରଗରମ ହୋଇପଡ଼ିଥିବାବେଳେ ଅପରପକ୍ଷରେ ଡାକ୍ତର ଦାମୋଦର ରାଉତ ବିଜେପି ଛାଡ଼ି ଚର୍ଚ୍ଚା ସୃଷ୍ଟି କରିଛନ୍ତି  । ଏନେଇ ଦାମ ବିଜେପି ଉପରେ କ୍ଷୋଭ ପ୍ରକାଶ କରିଥିବାବେଳେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି  । ଏସବୁ ଭିତରେ ଦାମଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଛି  ।

    ଦାମଙ୍କ ନିଷ୍ପତି ନେଇ ସମ୍ବିତ କହିଛନ୍ତିଯେ, ବିଜେପିରେ ମିଶିବା ବାପାଙ୍କ ଭୁଲ ନିଷ୍ପତି ଥିଲା  । ଏକ ଦୁର୍ବଳ ମୁହୂର୍ତରେ ତାଙ୍କୁ ଡାକିନେଇ ବିଜେପିରେ ମିଶାଯାଇଥିଲା । ସେତେବେଳେ ସେ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାପା ମାନିନଥିଲେ  । ବାପାଙ୍କ ମନପ୍ରାଣ ବିଜୁବାବୁ । ତେଣୁ ସେ ବିଜେପିରେ ସହଜ ମନେକଲେନି  । ବିଜେପି ଓ ବିଜେଡ଼ିର ଆଦର୍ଶ ସ୍ୱତନ୍ତ୍ର  । ୪୩ ବର୍ଷ ଧରି ଗୋଟିଏ ଆଦର୍ଶରେ ରହି ଅନ୍ୟ ଦଳରେ ଆଡ଼ଜଷ୍ଟ କରିବା କଷ୍ଟକର  । ସେଥିପାଇଁ ବାପାଙ୍କ ନିଷ୍ପତିରେ ସେ ଅସନ୍ତୁଷ୍ଟ ଥିଲେ ବୋଲି ସମ୍ବିତ କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook