Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସଚିବ କଣ ମନ୍ତ୍ରୀଙ୍କ ଉପରେ: ସୁର

    Share on :
    ajab-Image
    Date: Oct 14, 2019    Views: 1191

    ଭୁବନେଶ୍ୱର:‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବର୍ତ୍ତମାନ ବହୁ ସଚିବ ବିଭିନ୍ନ ସ୍ଥାନକୁ  ଗସ୍ତ କରୁଛନ୍ତି । ଲୋକମାନଙ୍କୁ ଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି । ତେବେ ସଚିବମାନଙ୍କ ଏଭଳି ଗସ୍ତକୁ କଂଗ୍ରେସ ନେତା ସୁର ରାଉତରାୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ସଚିବମାନେ ଗସ୍ତ କରୁଥିବାବେଳେ ମନ୍ତ୍ରୀମାନେ କୁଆଡେ଼ ଗଲେ ବୋଲି ପ୍ରଶ୍ନ କରିଛନ୍ତି । 

    ସୁର ରାଉତରାୟ କହିଛନ୍ତି ଯେ, ରାଜ୍ୟ ସରକାର ଦୀର୍ଘ ୨୦ ବର୍ଷ ହେଲା ୫-ଟି  କରିପାରିଲେନି । ତେବେ ଏତେ ବର୍ଷ ସରକାର କଣ କରୁଥିଲେ ।  ଖାଲି ଗୋଟିଏ ପତିଆରା ପାଇଁ ଟୁର, ଏହା କେବଳ ଡ୍ରାମା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦେଖୁଛନ୍ତି, କିନ୍ତୁ କିଛି ଦେଖୁନାହାନ୍ତି ।  ମନ୍ତ୍ରୀମାନେ ସବୁ କୁଆଡେ଼ ଗଲେ କି, ଅଫିସର ବୁଲୁଛନ୍ତି ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି ।  ଏପରିକି ସଚିବମାନେ କଣ ସବୁ ମନ୍ତ୍ରୀଙ୍କ ଉପରେ ବୋଲି ସେ ପ୍ରଶ୍ନ କରିଛନ୍ତି ।  ସଚିବମାନେ ଏବେ ବୁଲୁଛନ୍ତି । ଆଗରୁ ତାହେଲେ ସଚିବମାନେ କିଛି କରୁନଥିଲେ ବୋଲି ସେ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook