Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଧାୟିକାଙ୍କ ସ୍ୱାମୀଙ୍କ ନାଁର ମାମଲା ରୁଜୁ

    Share on :
    ajab-Image
    Date: Oct 12, 2019    Views: 505

    ଯାଜପୁର: ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି ।  ଜଣେ ହୋମଗାର୍ଡଙ୍କୁ ଧମକ ଓ ତାଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗରେ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି ।  ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାଶଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।  ବରୀ ଥାନାରେ ଧାରା ୩୯୪ ଓ ୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି । 

    ପ୍ରକାଶ ଯେ, ବରୀ ରାମଚନ୍ଦ୍ରପୁର ଥାନାର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକଙ୍କୁ  ବରୀ ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସହଯୋଗମାନେ ହତ୍ୟା ଧମକ ଦେଇଥିବା ନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।  ଗତ ବୁଧବାର ହୋମଗାର୍ଡ ଶ୍ରୀ ମଲ୍ଲିକ ରାସ୍ତାରେ ଛିଡ଼ା ହୋଇ ନିଜ ବନ୍ଧୁଙ୍କ ସହ କଥା ହେଉଥିଲେ । ଏହି ସମୟରେ  ବିଧାୟିକାଙ୍କ ସ୍ୱାମୀ ଶ୍ରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ବାଲିବିଲ ସରପଞ୍ଚ ସନ୍ତୋଷ ସାମଲ ଓ ରମ୍ପା ପଞ୍ଚାୟତର ପ୍ରାକ୍ତନ ସଭ୍ୟ ପ୍ରଶାନ୍ତ ସାହୁ ଏକ କାରରେ ଯାଉଥିବାବେଳେ ଶ୍ରୀ ମଲ୍ଲିକଙ୍କୁ ଦେଖି ଗାଡ଼ି ଅଟକାଇଥିଲେ ।  ନିଜେ ଜଣେ ହୋମଗାର୍ଡ ହୋଇଥିବାରୁ ଶ୍ରୀ ମଲ୍ଲିକ ବିଧାୟିକାଙ୍କ ସ୍ୱାମୀ ଶ୍ରୀ ଦାସଙ୍କୁ ସମ୍ମାନ ଜଣାଇ ନମସ୍କାର କରିଥିଲେ ।  ତେବେ ଶ୍ରୀ ଦାସ ଉତକ୍ଷିପ୍ତ ହୋଇ ନିର୍ବାଚନ ବେଳେ ଆମ ଦଳୀୟ ବ୍ୟାନର ତୁ ଚିରି ଥିଲୁ । ଯାହାକି ତୋତେ ମହଙ୍ଗା ପଡ଼ିବ ବୋଲି କହି  ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । 

    ତେବେ ସରକାରଙ୍କ ନିୟମ ମୁତାବକ ମାଜିଷ୍ଟ୍ରେଟଙ୍କ ନିଦେ୍ର୍ଧଶ କ୍ରମେ ମୁଁ ମୋର କର୍ତ୍ତବ୍ୟ କରିଥିଲି । ଏଥିରେ  ମୋର ତ୍ରୁଟି ନାହିଁ  ବୋଲି ଶ୍ରୀ ମଲ୍ଲିକ କହିଥିଲେ ।  ତେବେ ଶ୍ରୀ ଦାସ ଓ ଅନ୍ୟ ଅଭିଯୁକ୍ତମାନେ  ଶ୍ରୀ ମଲ୍ଲିକଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଳଜ କରିଥିଲେ ବୋଲି ଶ୍ରୀ ମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook