ମୁଖ୍ୟ ଖବର
ପ୍ରତିବର୍ଷ ଅଗଷ୍ଟ ସାତ ତାରିଖକୁ ଆମ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଏ । ସାରା ଦେଶରେ ହସ୍ତତନ୍ତ ଶିଳ୍ପର ବିକାଶ, ପ୍ରସାର ଏବଂ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏହି ଦିନଟି ଆମ ଦେଶର ଏକ ଐ÷ତିହାସିକ ସ୍ମରଣୀୟ ଦିବସ ସ୍ୱାଧୀନତା ଆନେ୍ଦାଳନ ସମୟରେ ବି୍ରଟିଶ ସରକାରଙ୍କ ବଙ୍ଗ ବିଭାଜନ ବିରୋଧରେ ସାରା ଦେଶରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଥିଲା । ଏହାର ପ୍ରତିବାଦ ସ୍ୱରୂପ ୧୯୦୫ ଅଗଷ୍ଟ ସାତ ତାରିଖରେ କୋଲକତା ଟାଉନ ହଲଠାରେ ସ୍ୱଦେଶୀ ଆନେ୍ଦାଳନ ଆରମ୍ଭ ହୋଇଥିଲା । କ୍ରମେ ଏହି ଆନେ୍ଦାଳନ ସାରା ଦେଶକୁ ବ୍ୟାପିଥିଲା । ଲୋକେ ବିଦେଶୀ ସାମଗ୍ରୀ ବର୍ଜନ ସହ ଦେଶୀୟ ସାମଗ୍ରୀ ବ୍ୟବହାର ଦିଗରେ ମନ ବଳାଇଥିଲେ । ତନ୍ତବୁଣା ବସ୍ତ୍ର ପିନ୍ଧିଥିଲେ । ସେହି ଦିବସକୁ ସମ୍ମାନ ଓ ସ୍ମରଣୀୟ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ନିଷ୍ପତ୍ତି କ୍ରମେ ୨୦୧୫ ଠାରୁ ଏହି ଦିବସ ପାଳନ କରାଯାଉଛି ।
Comments ସମସ୍ତ ମତାମତ 0