Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସୋମବାର ବିଜେପିରେ ମିଶିବେ ବୈଜୟନ୍ତ

    Share on :
    ajab-Image
    Date: Mar 3, 2019    Views: 48811

    ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ସେନେଇ ନାନାଦି ଚର୍ଚ୍ଚା ହୋଇଆସୁଥିଲା । ଅଧିକାଂଶ ସମୟ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବାବେଳେ କିଛି ସମୟ ପାଇଁ କଂଗ୍ରେସରେ ମିଶିପାରନ୍ତି ବୋଲି କୁହାଯାଉଥିଲା । ଖାଲି ସେତିକି ନୁହେଁ ବୈଜୟନ୍ତ ବିଜେପି କିମ୍ବା କଂଗ୍ରେସକୁ ନଯାଇ ନିଜ ରାଜନୈତିକ ଭବିଷ୍ୟତକୁ ଲକ୍ଷ୍ୟ ରଖି ନୂଆ ଆଞ୍ଚଳିକ ଦଳ ଗଢିବେ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଥିଲା । ଦିନାକେତେ ଡାକ୍ତର ଦାମୋଦର ରାଉତ, ବିଜୟ ମହାପାତ୍ର, ବ୍ରଜ ତ୍ରିପାଠୀ, ଖାରବେଳ ସ୍ୱାଇଁଙ୍କ ସହ ମଧ୍ୟ ବୈଜୟନ୍ତଙ୍କ ଆଲୋଚନା ହେଉଥିବା ତାଙ୍କର ଅଳିନ୍ଦରୁ ଖବର ପ୍ରକାଶ ପାଉଥିଲା । ପରବର୍ତ୍ତୀ ସମୟରେ ବୈଜୟନ୍ତଙ୍କ ବନ୍ଧୁ ତଥା ହିନେ୍ଦାଳ ରାଜା ଓଡ଼ିଶା ଲୋକତନ୍ତ୍ର ଦଳ ନାମରେ ମଧ୍ୟ ଏକ ଦଳ ଗଢିଥିଲେ । ଯେଉଁଥିରେ ବୈଜୟନ୍ତଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିଲା । ତେବେ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ଦଳକୁ ନିର୍ବାଚନର ସନ୍ଧିକ୍ଷଣରେ ଦୃଢଭାବରେ ଠିଆ କରିବା କଷ୍ଟକର ବ୍ୟାପାର ଥିଲା । ଯେଉଁଥିପାଇଁ ନୂତନ ଆଞ୍ଚଳିକ ଦଳ ଗଠନ ନେଇ ରାଜ୍ୟର ବଡ଼ ବଡ଼ ନେତାମାନେ ସେଭଳି ଠୋସ ପଦକ୍ଷେପ ନେଇ ପାରିନଥିଲେ । ତେବେ ସଦ୍ୟତମ ଚର୍ଚ୍ଚା ଅନୁଯାୟୀ ସୋମବାର ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବେ ବୋଲି କୁହାଯାଉଛି । 

     କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ସେ ବିଜେପିରେ ବିଧିବଦ୍ଧଭାବେ ସାମିଲ ହେବେ । ବିଜେପି ଅଳିନ୍ଦରେ ଓ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ କୋଟରୀର କେତେକ ବ୍ୟକ୍ତି ଏଭଳି ଚର୍ଚ୍ଚା ଆରମ୍ଭ କରିଛନ୍ତି । ତେବେ ଏନେଇ ଖବର ଲେଖା ହେଲା ବେଳକୁ ବିଜେପିର ଉଚ୍ଚସ୍ତରୀୟ ନେତୃବୃନ୍ଦଙ୍କ ସହ ବୈଜୟନ୍ତଙ୍କ ଆଲୋଚନା ଜାରି ରହିଥିଲା । ଯଦି ରାଜନୈତିକ ଗଣିତ ଠିକ ଠାକ ହୁଏ ତେବେ ଆସନ୍ତାକାଲି ବୈଜୟନ୍ତ ବିଜେପିରେ ମିଶିପାରନ୍ତି । 

    Maximum 500 characters

    ଅଧିକ ମତାମତ

    Welcome Sir

    Arjun Chandra Dash

    Mar 3, 2019

    Very nice Mr baigyant panda sir

    Deepak Kumar

    Mar 3, 2019

    ରାଜନୀତି View all

    Find Us on Facebook