Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅପରାଜିତାଙ୍କୁ ସୀମା ଦେଖାଇଦେଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: Dec 24, 2018    Views: 26971

    ଭୁବନେଶ୍ୱର : ଏଗାର ବର୍ଷର ଚାକିରୀ ଛାଡ଼ି ବିଜେପିରେ ଯୋଗଦେବା ପରେ ଅପରାଜିତା ଷଡ଼ଙ୍ଗୀକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହୋଇଥିଲା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ପ୍ରେରଣାରେ ସେ ବିଜେପିରେ ମିଶିଥିଲେ ବୋଲି କୁହାଗଲା  । ଯାହାକୁ ନେଇ ବିଜେପି ଶିବିରରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଥିଲା  । ଅପରାଜିତା ଏକ ବଡ଼ ଭୂମିକା ନିର୍ବାହ କରିବେ ବୋଲି କୁହାଯାଉଥିଲା  । କିନ୍ତୁ ବାସ୍ତବରେ ବିଜେପିରେ ଅପରାଜିତାଙ୍କ ଭୂମିକା ସେଭଳି ମହତ୍ୱପୂର୍ଣ୍ଣ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି  । ବରୁଣେଇ ପାଦଦେଶରେ ଗୋଶାଳା ପଡ଼ିଆରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଭିମାନ ସମାବେଶରେ ଅପରାଜିତାଙ୍କୁ ସୀମା ଦେଖାଇ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ  ।

    ବିଜେପିରେ ଯୋଗଦେବା ପରେ ଅପରାଜିତା ରାଜ୍ୟ ବିଜେପି ରାଜନୀତିରେ ବେଶ ସକ୍ରିୟ ହୋଇପଡ଼ିଥିଲେ  । ପ୍ରତିଦିନ ସେ ଜନସମ୍ପର୍କ ରକ୍ଷା କରୁଥିଲେ  । ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଆଦି ଭଳି ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀଙ୍କ ସହ ଆଲୋଚନା କରୁଥିଲେ  । ରୁଦ୍ଧଦ୍ୱାରରେ ବୈଠକ କରି ରଣନୀତି କରୁଥିଲେ  । ଅନେକ ଆଶାୟୀ ପ୍ରାର୍ଥୀ ମଧ୍ୟ ତାଙ୍କୁ ନିୟମିତ ଭେଟୁଥିଲେ  । କେତେକ ସ୍ଥାନରେ ଅପରାଜିତା ହୋଡର଼୍ିଂ ଲାଗିବା ସହ ଅପରାଜିତା ଅପା ଜିନ୍ଦାବାଦର ନାରା ବି ପଡ଼ୁଥିଲା  । ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନଆସି ସେ ପ୍ରତିଦିନ ସଂଗଠନରେ ଲାଗି ପଡ଼ିଥିଲେ  । ଅନେକ ଆଗଧାଡ଼ିର ଗଣମାଧ୍ୟମରେ ତାଙ୍କର ସାକ୍ଷାତକାର ମଧ୍ୟ ହୋଇଥିଲା  । ଖାଲି ସେତିକିନୁହେଁ ନିକଟରେ ସେ କର୍ମୀମାନଙ୍କୁ କଡ଼ା ଭାଷାରେ ତାଗିଦ ମଧ୍ୟ କରିଥିଲେ  । ବାରବାର ହାରୁଥିବାରୁ ଲାଜ ମାଡୁନାହିଁ ବୋଲି କହିଥିଲେ  । ଏପରିକି ଯିଏ ଏକଥା କାମ ନକରି ଗୋଷ୍ଠୀ କଥା କହିବ ସେ ଦଳ ଛାଡ଼ିଦେଉ ବୋଲି କହିବାକୁ ମଧ୍ୟ ସେ ପଛାଇନଥିଲେ  । ଫଳରେ ସେ ରାଜ୍ୟ ବିଜେପିର ଏକ ବଡ଼ ଶକ୍ତି ବୋଲି ଚର୍ଚ୍ଚା ଆହୁରି ଦୃଢ଼ୀଭୂତ ହୋଇଥିଲା  । ତେବେ ଅପେକ୍ଷା ଥିଲା ଡିସେମ୍ବର ୨୪କୁ  । ମୋଦିଙ୍କ ସଭାରେ ଅପରାଜିତାଙ୍କ ଭୂମିକା ହିଁ ତାଙ୍କର ପ୍ରକୃତ ଭୂମିକାକୁ ସ୍ପଷ୍ଟ କରିବ  । ଏନେଇ ପୂର୍ବରୁ ଆମେ ଆଲୋକପାତ କରିଥିଲୁ  ।  ଆଜି ଅପରାଜିତାଙ୍କ ପ୍ରକୃତ କ୍ଷମତା ଓ ଭୂମିକାର ଆଭାସ ମିଳିଛି  । ଅପରାଜିତାଙ୍କୁ ମୋଦିଙ୍କ ସମାବେଶରେ ଆଦୌ ଗୁରୁତ୍ୱ ଦିଆଗଲା ନାହିଁ  । ବରଂ ମଂଚ ଉପରକୁ ଫୁଲ ମାଳ ଧରି ଯିବାକୁ ପଡ଼ିଥିଲା  । ମୋଦି ଯେଉଁ ବାଟ ଦେଇ ସଭାକୁ ଆସିଥିଲେ ସେହି ବାଟରେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ଅପରାଜିତା  । ଅବଶ୍ୟ ଏଥିରେ ସାଧାରଣ ସମ୍ପାଦକ (ସଂଗଠକ) ମାନସ ମହାନ୍ତି ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜାଣିବାକୁ ମିଳିଛି  । 

    ଅପରପକ୍ଷରେ ବିଗତ କେତେକ ସଭାରେ ମୋଦିଙ୍କ ନିକଟରେ ଧର୍ମେନ୍ଦ୍ରଙ୍କୁ ବସିବାର ସୁଯୋଗ ମିଳିନଥିଲା  । କିନ୍ତୁ ଏଥର ଚିତ୍ର ବଦଳି ଯାଇଥିଲା  । ଧର୍ମେନ୍ଦ୍ର ହିଁ ମୋଦିଙ୍କ ପାଖରେ ବସିଥିଲେ  । ଅର୍ଥାତ ମଂଚ ପରିଚାଳନାର ସମସ୍ତ ଭାର ସେ ହିଁ ନିର୍ବାହ କରିଥିଲେ  । ଅପରାଜିତାଙ୍କ ଏଭଳି ହାଲକୁ ନେଇ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଏମିତିକି ଧର୍ମେନ୍ଦ୍ର ହିଁ ଅପରାଜିତାଙ୍କୁ ତାଙ୍କର ସୀମା କେତେ ଦର୍ଶାଇ ଦେଇଛନ୍ତି ବୋଲି ରାଜନୀତିକ ମହଲରେ ମତପ୍ରକାଶ ପାଇଛି  । 

    Maximum 500 characters

    ଅଧିକ ମତାମତ

    Bhalo hoichi.BJD Jidabad.Nabin ji jidabad.

    Dillip kumar Mangal

    Dec 24, 2018

    News bala bhgawan na kana ? Kichhi bi deykhi Laa matre tabishayare sabu kichhi jaani paare, baa Jani paranti ?

    Hemanta Raut

    Dec 24, 2018

    ରାଜନୀତି View all

    Find Us on Facebook