ମୁଖ୍ୟ ଖବର
ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି । ଭାରତ ଏହି ମ୍ୟାଚରେ ୩୧ରନରେ ବିଜୟ ହୋଇଛି । ୩୨୩ ରନର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଗତକାଲି ୧୦୪ ରନ୍ କରିଥିଲା । ତେବେ ୨୧୯ରନର ଆବଶ୍ୟକତା ଥିବା ବେଳେ ହାତରେ ମଧ୍ୟ ୬ଟି ୱିକେଟ ବାକି ଥିଲା । ତେବେ ଅନ୍ତିମ ଦିବସରେ ଅର୍ଥାତ ଆଜି ଅଷ୍ଟ୍ରେଲିଆ ଲଢ଼ୁଆ ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ବୋଲରଙ୍କ ଯାଦୁରେ ଅଷ୍ଟ୍ରେଲିଆ ୨୯୧ରନ୍ କରି ଅଲଆଉଟ ହୋଇଯାଇଥିଲା । ପୂଜାରାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ୧୫ବର୍ଷ ପରେ ଭାରତ ଅଷ୍ଟ୍ରେଲିଆକୁ ଆଡିଲେଡରେ ଟେଷ୍ଟମ୍ୟାଚରେ ପରାସ୍ତ କରିଛି । ୨୦୦୩ରେ ଭାରତ ୱିଭୱଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇଥିଲା ।
Comments ସମସ୍ତ ମତାମତ 0