Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଗ ଅଧ୍ୟାଦେଶ, ପରେ ଆଲୋଚନା: ଅକ୍ଷୟ କୁମାର

    Share on :
    ajab-Image
    Date: Nov 9, 2018    Views: 519

    ଭୁବନେଶ୍ୱର: ଆଗ କୃଷକଙ୍କ ସୁରକ୍ଷା ଭତ୍ତା ନେଇ ସରକାର ଅଧ୍ୟାଦେଶ ଆଣନ୍ତୁ ।  ଅଧ୍ୟାଦେଶ ଆଣିବା ପରେ ଯାଇ ଆଲୋଚନା କରିବାକୁ ଡାକନ୍ତୁ । ଚାଷୀଙ୍କ ଦାବି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା କରିବା ପାଇଁ ସଂଘର ରାଷ୍ଟ୍ର୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ସର୍ତ୍ତ ରଖିଛନ୍ତି ।  ୩୬ ଲକ୍ଷ କୃଷକଙ୍କ ପାଇଁ ୨୧ ହଜାର ୬ଶହ କୋଟିର ସୁରକ୍ଷା ଭତ୍ତା ବ୍ୟବସ୍ଥା କରିବାକୁ ଅକ୍ଷୟ କୁମାର ଦାବି କରିଛନ୍ତି । ପ୍ରଥମେ ସୁରକ୍ଷା ଭତ୍ତା ନେଇ ଅଧ୍ୟାଦେଶ ଆଣିବା ପରେ ଆଲୋଚନା କରିବାକୁ ସରକାର ଡାକନ୍ତୁ ବୋଲିି ଅକ୍ଷୟ କୁମାର ସର୍ତ୍ତ ରଖିଛନ୍ତି ।  

     ଏଥିସହ ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆନେ୍ଦାଳନ କରିଆସୁଥିବା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ସତ୍ୟାଗ୍ରହ ଓ ଧାରଣା ସମ୍ପର୍କରେ ଘୋଷଣା କରାଯାଇଛି । ଚାଷୀଙ୍କ ଦାବି ପୂରଣ ନେଇ ହେବାକୁ ଥିବା ଆନେ୍ଦାଳନ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି  ଅକ୍ଷୟ କୁମାର । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୨ ତାରିଖରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ କରାଯିବ । ସେହିପରି ୧୫ରେ ସମସ୍ତ ଥାନା ସମ୍ମୁଖରେ ଚାଷୀଙ୍କ ପକ୍ଷରୁ ଧାରଣା ଓ ସତ୍ୟାଗ୍ରହ କରାଯିବ । ୧୫ ତାରିଖ ପରେ ଆଇନ ଅମାନ୍ୟ ଆନେ୍ଦାଳନ କରାଯିବ ।

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗତ ସୋମବାର ଭୁବନେଶ୍ୱର ଅଭିମୁଖେ କରାଯାଇଥିବା ପଦଯାତ୍ରା ରୂପୀ ଆନେ୍ଦାଳନ ପରେ ଚାଷୀଙ୍କ ଦାବି ପୂରଣ ପାଇଁ ରାଜ୍ୟସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା । ଏହି କମିଟିରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟ ରହିଛନ୍ତି । କମିଟିରେ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯିବ ଏବଂ ଏହି ରେଫରେନ୍ସ ଅନୁସାରେ ଚାଷୀମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook