Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୋଦି ପୁରୀରୁ ଲଢ଼ିଲେ ବିଜେପି ଭଲ ମାଲ ପାଇବ : ମହାରଥୀ

    Share on :
    ajab-Image
    Date: Oct 6, 2018    Views: 29625

    ଭୁବନେଶ୍ୱର : ମୋଦି ପୁରୀରୁ ଲଢ଼ିଲେ ବିଜେପି ଭଲ ମାଲ ପାଇବ  । ହେଲେ ବିଜେଡ଼ି ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ପ୍ରଦୀପ ମହାରଥୀ  । ସେହିପରି ସେ ମୋଦିଙ୍କୁ ପୁରୀରୁ ଲଢ଼ିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି  ।

    ପୁରୀ ବନ୍ଦ ପାଳନ ବେଳେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ଆନେ୍ଦାଳନକାରୀମାନେ ଭଙ୍ଗାରୁଜା କରିଥିଲେ  । ଏହାର ପ୍ରତିବାଦରେ ବଡ଼ଶଙ୍ଖ ଠାରେ ବିଜେଡ଼ି ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା  । ବ୍ରହ୍ମଗିରି, ନିମାପଡ଼ା, ସତ୍ୟବାଦୀ, କାକଟପୁର ଓ ପିପିଲି ସମେତ ପୁରୀର ହଜାର ହଜାର ବିଜେଡ଼ି କର୍ମୀ ଏହି ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ  । ଆନେ୍ଦାଳନକାରୀଙ୍କ କେତେକ ଭିଡ଼ିଓ ମଧ୍ୟ ବିଜେଡ଼ି ନେତାମାନେ ପ୍ରଦର୍ଶିତ କରିଥିଲେ  ।

    ମହେଶ୍ୱରଙ୍କ ଘର ଉପରେ ଆକ୍ରମଣ ଘଟଣାରେ ବିଜେପିର ସଂପୃକ୍ତି ରହିଥିବା ବିଜେଡ଼ି ନେତାମାନେ ଅଭିଯୋଗ କରିଥିଲେ  । ନିମାପଡ଼ା ବିଧାୟକ ସମୀର ଦାଶ ବିଜେପିକୁ ଟାର୍ଗେଟ କରିବା ସହ ପୁରୀରେ ଖାତା ଖୋଲିପାରିବେ ନାହିଁ ବୋଲି କହିଥିଲେ  । ସେହିପରି ସଂଜୟ ଦାଶର୍ବମା ବିଜେପିକୁ ସମାଲୋଚନା କରିବା ସହ ହିଂସାକାଣ୍ଡ ପାଇଁ ଦାୟୀ କରିଥିଲେ  । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ ପ୍ରମୁଖ ହିଂସାକାଣ୍ଡକୁ ନିନ୍ଦା କରିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook