ମୁଖ୍ୟ ଖବର
ଭୁବନେଶ୍ୱର : ଆଜି ଦିନ ସାରା ବିଷ୍ଣୁ ଦାସ ଓ ଦାମୋଦର ରାଉତଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବାବେଳେ ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଦାମଙ୍କୁ ନିଶାନା ସାଧିଛନ୍ତି । ସେ କହିଛନ୍ତିଯେ, ଦାମୋଦର ରାଉତ ସମବାୟ ମନ୍ତ୍ରୀ ଥିବାବେଳେ ଦୁର୍ନୀତି ହୋଇଥିଲା । ସେତେବେଳେ ସେ ତଦନ୍ତ କାହିଁକି କଲେନି ? ଯଦି ତଦନ୍ତ ହେଲାନି, ଇସ୍ତଫା ଦେଇ ଅଣ୍ଡିରା ପଣିଆ ପ୍ରମାଣ ଦେଲେନି ବୋଲି ସୂର୍ଯ୍ୟ ଛିଗୁଲାଇଛନ୍ତି । ମନ୍ତ୍ରୀ ପଦ ଲୋଭରୁ ଇସ୍ତଫା ଦେଲେନି । ଏବେ ପଦ ଗଲା ପରେ କହୁଛନ୍ତି । ଦାମବାବୁ ଅଭିଯୋଗ କରି ତଥ୍ୟ ଦେଇପାରୁନାହାନ୍ତି ବୋଲି ସେ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦାମଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ସୂର୍ଯ୍ୟ କଡ଼ା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଭଳି ଭାଷା ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ବିଜୁ ପରିବାର ଲୋକେ ଏହାକୁ ନେଇ ମର୍ମାହତ ହୋଇଛନ୍ତି । ସେହିପରି ଦାମ-ବୈଜୟନ୍ତ ସାକ୍ଷାତ ନେଇ ସୂର୍ଯ୍ୟ କହିଛନ୍ତିଯେ, କେହି ନବୀନ ପଟ୍ଟନାୟକ ସରକାରକୁ ହଲାଇ ପାରିବେ ନାହିଁ । ଦାମ ଲକ୍ଷ୍ମଣରେଖା ଟପି ଯାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ବୋଲି ସୂର୍ଯ୍ୟ କହିଛନ୍ତି ।
Super surjya babu
Nabin Babu Jaha Karichhanti Ekdam Thik Karichhanti.
Comments ସମସ୍ତ ମତାମତ 8