Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସିଟି ବସରେ କଂଗ୍ରେସ ଭବନ ଆସିଲେ ଜିତେନ୍ଦ୍ର ସିଂହ, ଯାତ୍ରୀଙ୍କ ସହ କଥାହେଲେ

    Share on :
    ajab-Image
    Date: Aug 21, 2018    Views: 32372

    ଭୁବନେଶ୍ୱର : ତରିକା ବଦଳାଇ ଦେଇଛି କଂଗ୍ରେସ  । ପ୍ରାର୍ଥୀ ଚୟନ ହେଉକି ପ୍ରଚାର ଅବା ହେଉ ସଭ୍ୟ ସଂଗ୍ରହ  । ପୁରୁଣା ଶଗଡ଼ଗୁଳା ଛାଡ଼ି କଂଗ୍ରେସ ଏବେ ନୂଆ ରାସ୍ତା ଧରିଛି  । ଏହି କ୍ରମରେ ଆଜି ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିଆରା ସିଟି ବସ ଯାତ୍ରାକୁ ନେଇ କଂଗ୍ରେସ ଅଳିନ୍ଦରେ ବେଶ ଚର୍ଚ୍ଚା ହୋଇଛି  । ଗତ ଦୁଇଦିନ ଧରି କଂଗ୍ରେସର ମାରାଥନ ବୈଠକ ଚାଲିଥିବାବେଳେ ଏଆଇସିସି ପ୍ରଭାରୀ ଓଡ଼ିଶାରେ ଅଛନ୍ତି  । ଆଜି ସକାଳୁ କଂଗ୍ରେସ ଭବନରେ ପ୍ରଦେଶ ନିର୍ବାଚନ କମିଟିର ଦ୍ୱିତୀୟ ଦିନ ବୈଠକ ଥିଲା  । ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଆଣିବା ପାଇଁ କ୍ରାଉନ ହୋଟେଲରେ ପହଁଚି ଯାଇଥିଲା ଗାଡ଼ି  । ହେଲେ ଜିତେନ୍ଦ୍ର ଗାଡ଼ିରେ ଆସିବାକୁ ମନା କରିଦେଇଥିଲେ  । ଜନତାଙ୍କ କ’ଣ ସମସ୍ୟା ରହିଛି, ଲୋକେ କଂଗ୍ରେସକୁ କିଭଳି ଗ୍ରହଣ କରୁଛନ୍ତି, ସାଧାରଣ ଜନତା କଂଗ୍ରେସ ଠାରୁ କ’ଣ ଆଶା ରଖିଛନ୍ତି ଏହା ଜାଣିବା ପାଇଁ ସିଟି ବସରେ ଚଢ଼ି ଯାଇଥିଲେ ଜିତେନ୍ଦ୍ର ସିଂହ  । ସାଥିରେ ସେ ରାଜ୍ୟ କଂଗ୍ରେସର କୌଣସି ନେତାଙ୍କୁ ମଧ୍ୟ ନେଇନଥିଲେ  । ଜିତେନ୍ଦ୍ର ସିଂହ ବସରେ ଉଠିବା ପରେ ସାଧାରଣ ବସଯାତ୍ରୀମାନେ କିଛି ସମୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ସମସ୍ତଙ୍କ ନଜର ଥିଲା ତାଙ୍କ ଉପରେ  । ଯାତ୍ରୀମାନଙ୍କ ସହ ସେ ବେଶ କିଛି ସମୟ ମନଖୋଲା ଆଲୋଚନା ମଧ୍ୟ କରିଥିଲେ  । ରାଜ୍ୟର ହାଲଚାଲ, ରାଜଧାନୀର ହାଲଚାଲ ପଚାରି ବୁଝିଥିଲେ  । ନିଜେ ମଧ୍ୟ କଣ୍ଡକ୍ଟରକୁ ବସ ଭଡ଼ା ଦେଇଥିଲେ  । ପରେ ସେ କଂଗ୍ରେସ ଭବନ ନିକଟରେ ଯେତେବେଳେ ବସରୁ ଓହ୍ଲାଇଲେ କଂଗ୍ରେସ ନେତାମାନେ ମଧ୍ୟ ଚକିତ ହୋଇଯାଇଥିଲେ  । ଅଲୱାର ରାଜପୁତ ପରିବାରରୁ ଆସିଥିବା ଜିତେନ୍ଦ୍ର ଉପା ସରକାରରେ ପ୍ରତିରକ୍ଷା ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମଧ୍ୟ ଥିଲେ  । ଓଡ଼ିଶାରେ କଂଗ୍ରେସକୁ ଜିତାଇବା ପାଇଁ ସେ ଅଂଟା ଭିଡ଼ିଥିବାବେଳେ ତାଙ୍କର ଏଭଳି ଅଭିନବ ଉଦ୍ୟମ କଂଗ୍ରେସ ଭବନରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  ।

    Maximum 500 characters

    ଅଧିକ ମତାମତ

    Congress asib odisha hashib

    Megha Dhamara

    Aug 21, 2018

    Really astonished,i appreciate your thoughts which you are created a new things , how a common people facing what kind of difficulties,and maintain their lives.Great sirji.I salute you.

    Mohammad Arif uddin khan Advocate Odisha

    Aug 21, 2018

    ତାଜା ଖବର View all

    Find Us on Facebook