Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମହିଳା ସୁରକ୍ଷା ଯାତ୍ରା : ରାତି ଅଧରେ ମହିଳା ନେତ୍ରୀଙ୍କୁ ତଡ଼ି ଦେଲେ ପ୍ରଭାତୀ ପରିଡ଼ା

    Share on :
    ajab-Image
    Date: Jun 2, 2018    Views: 29157

    ଭୁବନେଶ୍ୱର : ‘ରାତି ଅଧରେ ମୋତେ ପ୍ରଭାତୀ ପରିଡ଼ା କହିଲେ ତୁମେ ତୁରନ୍ତ ଯାତ୍ରା ଛାଡ଼ି ପଳାଅ  । ତୁମର ଗାଡ଼ିଟିକୁ ସଂଯୋଜକଙ୍କୁ ହ୍ୟାଣ୍ଡଓଭର କରିଦିଅ  । ସୌଭାଗ୍ୟର କଥା ସେତେବେଳେ ମୁଁ ବାରିପଦାରେ ଥିଲି  । ବାରିପଦାରୁ ରାତି ଅଧରେ ୩୫ କିଲୋମିଟର ଦୂରରେ ଥିବା ମୋ ଘରକୁ ଫେରିବା ପାଇଁ ଗାଡ଼ିଟିଏ ମଧ୍ୟ ଯୋଗାଡ଼ କରିପାରିଲି  । ଆମେ ମହିଳାଙ୍କ ସୁରକ୍ଷା ପାଇଁ ଲଢେ଼ଇ କରୁଛୁ  । ତେବେ ମୁଁ ଜଣେ ମହିଳା ହୋଇଥିଲେ ମଧ୍ୟ ରାତି ଅଧରେ ମୋତେ ଏକାକୀ ଛାଡ଼ି ଦିଆଗଲା  ।’ ବିଜେପିର ମହିଳା ନେତ୍ରୀ ଛବି ମାହାଲି ଏମିତି ଅଭିଯୋଗ କରିଛନ୍ତି  । ଦଳର ଉଚ୍ଚ ପଦାଧିକାରୀଙ୍କୁ ସେ ଏନେଇ ପତ୍ର ଲେଖି ନ୍ୟାୟ ଭିକ୍ଷା କରିଛନ୍ତି  ।

    ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ ବିଜେପି ମହିଳା ମୋର୍ଚ୍ଚା ବାହାର କରିଛି ମହିଳା ସୁରକ୍ଷା ଯାତ୍ରା  । ହେଲେ ଏହି ସୁରକ୍ଷା ଯାତ୍ରାକୁ ନେଇ ମହିଳା ନେତ୍ରୀଙ୍କ ମଧ୍ୟରେ ଥିବା ବିବାଦ ପଦାକୁ ଆସିଛି  । ଜଣେ ମହିଳା ନେତ୍ରୀଙ୍କୁ ରାତି ଅଧରେ ମହିଳା ସୁରକ୍ଷା ଯାତ୍ରା ଛାଡ଼ି ଘରକୁ ପଳାଇ ଯିବା ପାଇଁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିଦେ୍ର୍ଧଶ ଏବେ ବିଜେପି ଅଳିନ୍ଦରେ ଚର୍ଚ୍ଚା ସୃଷ୍ଟି କରିଛି  । 
    ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଭାବେ ଛବି ମାହାଲି ପରିଚିତ  । ପୂର୍ବରୁ ସେ ଆମ ଆଦମୀ ପାର୍ଟିର ମହିଳା ସଂଗଠନର ରାଜ୍ୟ ମୁଖ୍ୟ ଥିଲେ  । ନିର୍ବାଚନ ମଧ୍ୟ ଲଢ଼ିଥିଲେ  । ତେବେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବିଜେପିରେ ସାମିଲ କରିବା ସହ ଦଳୀୟ ଦାୟିତ୍ୱ ମଧ୍ୟ ଦେଇଥିଲେ  । ଦଳୀୟ ପଦାଧିକାରୀଙ୍କୁ ସେ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ମହିଳା ସୁରକ୍ଷା ଯାତ୍ରା ବେଳେ ମୋତେ ମହିଳା ନେତ୍ରୀମାନେ ଅପମାନିତ କରିଛନ୍ତି  । ଗତ କିଛିଦିନ ଧରି ତାଙ୍କୁ ଯାତ୍ରାରୁ ଦୂରେଇ ରଖିବା ପାଇଁ ମହିଳା ମୋର୍ଚ୍ଚାର ନେତ୍ରୀମାନେ ଷଡ଼ଯନ୍ତ୍ର କରିଥିଲେ  । ତେବେ କେତେକ ବରିଷ୍ଠ ନେତାମାନଙ୍କ ହସ୍ତକ୍ଷେପ ପରେ ସେ ବାଲେଶ୍ୱର ଜିଲ୍ଲା ମହିଳା ସୁରକ୍ଷା ଯାତ୍ରାରେ ଅଂଶଗ୍ରହଣ କରିଥିଲେ  । ପରେ ବାଲେଶ୍ୱରରୁ ଯାତ୍ରା ମୟୂରଭଞ୍ଜ ଅଭିମୁଖେ ଯାଇଥିଲା  । ମୟୂରଭଞ୍ଜ ତାଙ୍କ ନିଜ ଜିଲ୍ଲା ହୋଇଥିବାବେଳେ ମୁଁ ସକ୍ରିୟ ଭାବେ ଜିଲ୍ଲାରେ କାର୍ଯ୍ୟ କରୁଛି  । କିନ୍ତୁ ଆଶ୍ଚର୍ଯ୍ୟର କଥା ମୋତେ ମଂଚ ଉପରେ ସୁଯୋଗ ନଦେବା ପାଇଁ ଜାଣିଶୁଣି କେତେକ ନେତ୍ରୀ ଉଦ୍ୟମ କରିଥିଲେ  । ମୁଁ ରାଜ୍ୟ ଟିମରେ ଥିଲେ ମଧ୍ୟ ମୋତେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିଲା  । ମୋ ନିଜ ଲୋକଙ୍କ ଆଗରେ ମୋତେ ଅପମାନିତ କରିବା ପାଇଁ ସେମାନେ ମସୁଧା କରିଥିଲେ  । ଜଣେ ଆଦିବାସୀ ନେତ୍ରୀଙ୍କ ପ୍ରତି ଏଭଳି ଅପମାନକୁ ମୁଁ ବରଦାସ୍ତ କରିପାରିବି ନାହିଁ ବୋଲି ସେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି  ।

    ଖାଲି ସେତିକିନୁହେଁ ମହିଳା ସୁରକ୍ଷା ଯାତ୍ରା ଏକ ମହାନ ଉଦେ୍ଧଶ୍ୟରେ ହେଉଥିଲେ ମଧ୍ୟ କେତେକ ନେତ୍ରୀ ଅନ୍ୟକୁ ଅସମ୍ମାନୀତ କରି ନିଜ ଶସ୍ତା ଅହଙ୍କାର ସାବ୍ୟସ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି  । ତେବେ ଜଣଙ୍କ ବ୍ୟକ୍ତିଗତ ଅହଙ୍କାର ପାଇଁ ତାଙ୍କ ପ୍ରତି ହୋଇଥିବା ଅପମାନକୁ ସେ ବରଦାସ୍ତ କରିପାରିବେ ନାହିଁ  । ମୁଁ ଏଭଳି ଅପମାନର ଦୃଢ଼ ପ୍ରତିବାଦ କରିଛି ବୋଲି ସେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି  ।  

    Maximum 500 characters

    ଅଧିକ ମତାମତ

    It should b inquired....vry shame news

    Ashok Pattanaik

    Jun 2, 2018

    Its a very bad news, bjp is a corrupted party

    Amit parida

    Jun 2, 2018

    ରାଜନୀତି View all

    Find Us on Facebook