Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ ଟଙ୍କିଆ

    Share on :
    ajab-Image
    Date: Feb 24, 2020    Views: 3524

    ନୂଆଦିଲ୍ଲୀ: ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ଆଉ ଗ୍ରାହକମାନେ ୨୦୦୦ ଟଙ୍କିଆ ନୋଟ ପାଇବେ ନାହିଁ । ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ରହୁଥିବା ଟ୍ରେକୁ ଆସନ୍ତା ମାର୍ଚ୍ଚ ପହିଲାରୁ କାଢ଼ି ଦିଆଯିବ । ଗ୍ରାହକମାନେ ଏଟିଏମରୁ ୨ ହଜାର ଟଙ୍କିଆ ନୋଟ ଉଠାଇଲେ ତାହାକୁ କିଣାକିଣି କରିବା କିମ୍ବା ତାହାକୁ ବଦଳାଇ କମ ମୂଲ୍ୟର ନୋଟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହାର ଏଟିଏମ ଏବଂ କ୍ୟାସ ରିସାଇକ୍ଲରରୁ ୨୦୦୦ ଟଙ୍କିଆ ନୋଟର ଟ୍ରେକୁ ଅଚଳ କରିବା ପାଇଁ ନିଷ୍ପତ୍ତି ନେଇଛି । ବ୍ୟାଙ୍କର ଡିଜିଟାଲ ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ଗତ ୧୭ ତାରିଖରେ ଶାଖା ଗୁଡ଼ିକୁ ଏ ନେଇ ନିଦେ୍ର୍ଧଶନାମା ଦିଆଯାଇଛି । ୨୦୦୦ ଟଙ୍କିଆ ନୋଟକୁ କାଢ଼ି ଦିଆଯିବା ପରେ ଏଟିଏମରେ ଅଧିକ ସଂଖ୍ୟାରେ ୨୦୦ ଟଙ୍କିଆ ନୋଟ ରଖାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

    Maximum 500 characters

    ଅଜବ View all

    Find Us on Facebook