Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାହୁଲଙ୍କୁ ୨ବର୍ଷ ଜେଲ, ବେଲ

    Share on :
    ajab-Image
    Date: Mar 23, 2023    Views: 3235

    ନୂଆଦିଲ୍ଲୀ: ‘ମୋଦି ସରନେମ’ ମନ୍ତବ୍ୟ ମାମାଲାରେ ଦୋଷୀ ସାବ୍ୟସ୍ତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଗୁଜରାଟ ସୁରତ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ସବୁଠାରୁ ବଡ଼ ଆଶ୍ୱସ୍ତିକର ଖବର ହେଉଛି ଦଣ୍ଡାଦେଶ ପରେ ଆଗତ ଜାମିନ ଆବେଦନର ବିଚାର କରାଯାଇ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରାଯାଇଛି ।  ଗୁଜରାଟ ସୁରତ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଆଗତ ଜାମିନ ଆବେଦନର ବିଚାର କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
    ପ୍ରକାଶ ଯେ ମୋଦିଙ୍କ ନାଁ ନେବା ପଡ଼ିଲା ମହଙ୍ଗା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ସୁରତ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ‘ମୋଦି ସରନେମ’ ମନ୍ତବ୍ୟ ପାଇଁ ରାହୁଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦାଏର ଅପରାଧିକ ମାନହାନି ମାମଲରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରକାଶ ଯେ, ୨୦୧୯ରେ ରାହୁଲ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ । କର୍ଣ୍ଣାଟକର କୋଲାର ଅଞ୍ଚଳରେ ଆୟୋଜିତ ଏକ ରାଲିରେ ରାହୁଲ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ । ସବୁ ମୋଦି ସରନେମ ଧାରୀ ଚୋର ବୋଲି ରାହୁଲ ଗାନ୍ଧୀ କହିଥିଲେ । ଯାହାକୁ ବିରୋଧ କରି ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

    ଗୁଜୁରାଟର ସୁରଟ କୋର୍ଟ ୪ ବର୍ଷ ତଳର ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଶୁଣାଣି ବେଳେ ରାହୁଲ ଗାନ୍ଧୀ କୋର୍ଟରେ ଉପସ୍ଥିତ ଥିଲେ ।
    ଗତ ୨୦୧୯ ନିର୍ବାଚନରେ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ସବୁ ଚୋରଙ୍କର ସରନେମ ମୋଦୀ କାହିଁକି ହୋଇଥାଏ । ଏହି ବୟାନକୁ ନେଇ ସେତେବେଳେ ବିବାଦ ଦେଖିବାକୁ ମିଳିଥିଲା । ରାହୁଲଙ୍କ ଏହି ବୟାନ ପୂରା ମୋଦୀ ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ଏକ ମାନହାନି ମାମଲା ରୁଜୁ କରିଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook