Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୨ ବିଜେପି ନେତା ନିଲମ୍ବିତ

    Share on :
    ajab-Image
    Date: Sep 13, 2023    Views: 3385

    ଭୁବନେଶ୍ୱର: ବିଜେପିରୁ ନିଲମ୍ବିତ ହେଲେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଏବଂ କୋଦଳା ଏନଏସି ମଣ୍ଡଳ ସଭାପତି ମଧୁସୁଦନ ଜେନା । ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ୟ୍ୟ କାରଣରୁ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ନିଲମ୍ବିତ କରିଛନ୍ତି ।

    ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ୟ୍ୟ କାରଣରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଘୁମୁସୁର ସାଂଗଠନିକ ଜିଲ୍ଲାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଏବଂ କୋଦଳା ଏନଏସି ମଣ୍ଡଳ ସଭାପତି ମଧୁସୁଦନ ଜେନାଙ୍କୁ ନିଲମ୍ବିତ କରାଯାଇଛି । ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି ବୋଲି ଏକ ପ୍ରେସ୍ ବିବୃତ୍ତି ଜରିଆରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook