Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୯ ସନ୍ତାନର ମା ୧୨ ବର୍ଷର ମଡେ଼ଲ

    Share on :
    ajab-Image
    Date: Mar 18, 2023    Views: 3056

    ନୂଆଦିଲ୍ଲୀ : ଏକାଧିକ ଛୁଆ ଥିବା ମାଙ୍କ କଥା ଆମେ ତ ଶୁଣିଛୁ । ଏମିତି କିଛି ମଡେ଼ଲ ଅଛନ୍ତି ,ଯାହାର ୮,୯ ଛୁଆ ମଧ୍ୟ ଅଛନ୍ତି । ମଡେ଼ଲିଂର ପରିଭାଷା ଏମାନେ ପରିବର୍ତନ କରିଛନ୍ତି ଏବଂ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଂଶସକଙ୍କ ତାଲିକା ଖୁବ୍ ଲମ୍ବା । ଇନଷ୍ଟାଗ୍ରାମରେ ଏବେ କୋରା ଡ଼୍ୟୁକଙ୍କ କାହାଣୀ ଭାଇରାଲ ହେଉଛି । ୩୯ ବର୍ଷିୟ କୋରା ସ୍କୁଲ ସମୟଠୁ ନେଇ ୧୨ ବର୍ଷ ଯାଏଁ ଗର୍ଭବତୀ ଥିଲେ । ୯ ସନ୍ତାନର ଜନନୀ ହୋଇଥିଲେ ମଧ୍ୟ ଲୋକେ ତାଙ୍କୁ ମା ନୁହେଁ , ବରଂ ପିଲାଙ୍କ ଭଉଣୀ ବୋଲି କହୁଥିଲେ ।

    କୋରାଙ୍କ ବିବାହ ୧୬ ବର୍ଷ ବୟସରେ ନିଜଠୁ ୩ ବର୍ଷ ବଡ଼ ଆନେ୍ଦ୍ରଙ୍କ ସହ ହୋଇଥିଲା । ବିବାହ ୨୨ ବର୍ଷ ହୋଇଗଲାଣି । ସେ ୨୦୦୦ ମସିହାରେ ପ୍ରଥମ ଥର ମା ହୋଇଥିଲେ । ସେ ନିଜର ୯ ସନ୍ତାନଙ୍କ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରନ୍ତି । ଆମେରିକାର ଲସ୍ ଭେଗାସ୍ ବାସିନ୍ଦା କୋରାଙ୍କୁ ୟୁଜର୍ ‘ସୁପରଓମ୍ୟାନ’ ନାମରେ ସମ୍ବୋଧନ କରନ୍ତି । ଭାରୋତ୍ତଳନ ଜରିଆରେ ନିଜ ଓଜନକୁ ନିୟନ୍ତ୍ରଣରେ ରଖନ୍ତି ।

    ସ୍କଟଲ୍ୟାଣ୍ଡ ବାସିନ୍ଦା ଲୁଇସ୍ ୟଙ୍ଗ ଯାହାର ବୟସ ୪୫ ବର୍ଷ , ତାଙ୍କର ୮ ଝିଅ ମଧ୍ୟରୁ ୩ ଜଣଙ୍କ ବିବାହ ହୋଇସାରିଛି । ଲୁଇସ୍ ଙ୍କ ଫିଟନେସ୍ ଓ ଶାରୀରିକ ଗଠନ ଦେଖିଲେ କେହି ପ୍ରକୃତ ବୟସ ଜାଣିପାରୁନାହାନ୍ତି । ରୁଷର କ୍ରିଷ୍ଟିନା ଓଜ୍ଟର୍କ ୨୩ ବର୍ଷ ବୟସରେ ୧୧  ସନ୍ତାନର ମା । ୧୦୫ ସନ୍ତାନ ଜନ୍ମ କରିବା ତାଙ୍କ ଲକ୍ଷ୍ୟ ।  

    Maximum 500 characters

    ବିଶେଷ View all

    Find Us on Facebook