Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୨୩ କିମି ବେଗରେ ମାଡ଼ି ଆସୁଛି ମୁରାସୁ’

    Share on :
    ajab-Image
    Date: Nov 1, 2026    Views: 2326

    ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଏହା ଆଗାମୀ ସମୟରେ ଶକ୍ତିଶାଳୀ ବାତ୍ୟାର ରୂପ ନେଇପାରେ। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୨୩ କିଲୋମିଟର ବେଗରେ ଗତି କରୁଛି ଅବପାତ।ପ୍ରାପ୍ତ ସୂଚନା ଅନୁଯାୟୀ, ଅବପାତଟି ବର୍ତ୍ତମାନ ଚେନ୍ନାଇଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛି। ସେହିପରି ବିଶାଖାପାଟଣା ଓ ମଛଲିପଟ୍ଟନମ୍‌ଠାରୁ ପ୍ରାୟ ୭୭୦ କିଲୋମିଟର ଦୂରରେ ଏହାର ଅବସ୍ଥିତି ରହିଛି।ପାଣିପାଗର ସ୍ଥିତିକୁ ଦେଖିଲେ, ଆଜି ଅବପାତଟି ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏହାପରେ ଆସନ୍ତାକାଲି ଅଧିକ ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ।

    Maximum 500 characters

    ତାଜା ଖବର View all

    Find Us on Facebook