Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁବନେଶ୍ୱରରେ ଛାତିଥରା ଦୁର୍ଘଟଣା,୨ମୃତ

    Share on :
    ajab-Image
    Date: Nov 1, 2026    Views: 2866

    ଭୁବନେଶ୍ୱର: ଭୟଙ୍କର ଦୁର୍ଘଟଣା । ଦେଖିଲେ ଛାତି ଥରି ଯିବ । କାର୍ ଭାଙ୍ଗିରୁଜି ଖଣ୍ଡ ଖଣ୍ଡ ହୋଇଛି । ଲୋକ ରୁଣ୍ଡ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ଏକ ଛାତିଥରା ଦୁର୍ଘଟଣା ଘଟିଛି । ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ଜଣଙ୍କର ମ୍ୟତ୍ୟୁ ଘଟିଛି । ମୃତକମାନଙ୍କର ପରିଚୟ ମିଳିପାରି ନାହିଁ । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ମିଳିଥିବା ସୂଚନା ଅନୁସାରେ, ନୟାପଲ୍ଲୀ କ୍ରିଷ୍ଣା ଟାୱାର ନିକଟରେ ଦୁର୍ଘଟଣା ଘଟିଛି । ଆଜି (ନଭେମ୍ବର ୧) ଭୋର ସମୟରେ ଯେତେବେଳେ ରାଜଧାନୀର ରାଜରାସ୍ତା ଶାନ୍ତ ଥିଲା ଏବଂ କିଛି ଲୋକ ନିତ୍ୟକର୍ମ ବା ବିଭିନ୍ନ କାମରେ ବାହାରିଥିଲେ, ସେହିପରି ଏକ ସମୟରେ ଏହି ଅଘଟଣ ଘଟିଥିଲା। ଏକ ଯାତ୍ରୀବାହୀ ବସ୍ ଅତି ଦ୍ରୁତ ଗତିରେ ଆସି ନୟାପଲ୍ଲୀ ଅଞ୍ଚଳରେ ନିୟନ୍ତ୍ରଣ ହରାଇ ବସିଥିଲା । ବସ୍ଟି ପ୍ରଥମେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ପଥଚାରୀ ଓ ସ୍ଥାନୀୟ ଲୋକଙ୍କୁ ମାଡ଼ି ଯିବା ସହ ସେଠାରେ ପାର୍କିଂ ହୋଇ ରହିଥିବା ଏକ କାରକୁ ମଧ୍ୟ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

    ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇବା ପରେ ବସ୍ଟି ଦ୍ରୁତ ଗତିରେ ସେଠାରୁ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ପୁଲିସ ମୃତଦେହ ୨ଟି ଜବତ କରିଛି । ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

    Maximum 500 characters

    ତାଜା ଖବର View all

    Find Us on Facebook