ମୁଖ୍ୟ ଖବର
କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ । ଅଫଲାଇନ୍ ପ୍ରବେଶ ପତ୍ର ରହିଛି ବନ୍ଦ । କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇପାରିବେ ପର୍ଯ୍ୟଟକ । ଯଶିପୁର କାଳିକାପ୍ରସାଦ ତନଖି ଫାଟକ ଦେଇ ସକାଳ ୫ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ଓ ପୀଠାବଟା ତନଖି ଫାଟକ ଦେଇ ସକାଳ ୮ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ସନ୍ଧ୍ୟା ୬ ଟା ସୁଦ୍ଧା ପ୍ରସ୍ଥାନ ଫାଟକ ଛାଡିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଶିମିଳିପାଳ ଅଭୟାରଣ୍ୟରେ କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି, ଜାମୁଆଣି ଏବଂ ତାଳବନ୍ଧ ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ କରିପାରିବେ । ଏଥି ପାଇଁ ପର୍ଯ୍ୟଟକ ମାନେ www.ecotourodisha.com ୱେବସାଇଟରେ login କରି ଅନଲାଇନ୍ ବୁକିଂ କରିବେ । ପୂର୍ବରୁ ବୁକିଂ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ।
ସୂଚନା ଅନୁସାରେ, ଗତ ୨୦୨୩ରେ ଅକ୍ଟୋବର ୧୪ରେ ପୂଜା ସମୟରେ ଶିମିଳିପାଳ ଖୋଲିଥିବା ବେଳେ ୨୦୨୪ରେ ଅକ୍ଟୋବର ୧୦ରେ ଏବଂ ୨୦୨୫ରେ ଅକ୍ଟୋବର ୧୮ରେ ପର୍ଯ୍ୟଟକଙ୍କୁ ଶିମିଳିପାଳ ଭିତରକୁ ଯିବାକୁ ଅନୁମତି ମିଳିଥିଲା । ତେବେ ଚଳିତବର୍ଷ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତାଘାଟର ମରାମତି ପରେ ନଭେମ୍ବର ୧ତାରିଖରେ ଶିମିଳିପାଳ ଖୋଲାହେବାର ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା ।
Comments ସମସ୍ତ ମତାମତ 0