Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର

    Share on :
    ajab-Image
    Date: Nov 1, 2026    Views: 2788

    ମାଲକାନଗିରି: ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପଡ଼ୋଶୀ ଅଭିଯୁକ୍ତକୁ ଗିରଫ କଲା ପୁଲିସ । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅର୍ନ୍ତଗତ ଏମଭି-୩୬ ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳହକୁ କେନ୍ଦ୍ରକରି ଏପରି ଭୟାବହ ହତ୍ୟାକାଣ୍ଡ ଘଟିଛି । ସୂଚନାନୁଯାୟୀ, ଓର୍କେଲ ଥାନା ଅର୍ନ୍ତଗତ ଏମଭି-୩୬ ଗାଁରେ ଆଜି ଭୋର ପ୍ରାୟ ୩ଟା ସମୟରେ ବିଶଙ୍କର ମଣ୍ଡଳ ପୋଡଶୀ ରବୀନ୍ଦ୍ରଙ୍କ ଘରର ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପଶିଥିଲେ । ଏହାପରେ ରବୀନ୍ଦ୍ରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ସ୍ତ୍ରୀ ଓ ପୁଅ ଆସିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ ରବିନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କ ମୃତ୍ଯୁ ହୋଇଥିବା ବେଳେ ଗୁରୁତର ପୁଅକୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ବିଶଙ୍କର ମଣ୍ଡଳ ପଡ଼ୋଶୀ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଖବର ପାଇ ଓର୍କେଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଓର୍କେଲ ପୁଲିସ ତାକୁ ଗିରଫ କରିଛି । ଅନ୍ୟପଟେ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅଧିକ ଛାନଭିନ କରିବ ବୋଲି ଜଣା ପଡ଼ିଛି । ପୁଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ।

    Maximum 500 characters

    ତାଜା ଖବର View all

    Find Us on Facebook