Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ଆସୁଛି ଲଘୁଚାପ!

    Share on :
    ajab-Image
    Date: Oct 3, 2026    Views: 3198

    ଭୁବନେଶ୍ୱର:ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଶୁକ୍ରବାର ୮ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ପୁରୀରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ନୟାଗଡ଼ରେ ୩୬ ଡିଗ୍ରୀ, ଭୁବନେଶ୍ୱର ୩୫.୬ ଡଗ୍ରୀ, ବାଲେଶ୍ୱର ଓ ଚାନ୍ଦବାଲିରେ ୩୫.୨ ଡିଗ୍ରୀ, ଝାରସୁଗୁଡା ୩୫.୧ ଡିଗ୍ରୀ ଏବଂ ବାରିପଦା ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ତାପମାତ୍ରା ରହିଥିଲା। ବର୍ତ୍ତମାନ ସେଭଳି କିଛି ପାଣିପାଗ ନିୟାମକ ନ ଥିବାରୁ ବର୍ଷାର ପ୍ରଭାବ ନାହିଁ।
    ଅନ୍ୟପକ୍ଷରେ ବିଭିନ୍ନ ପାଣିପାଗ ମଡେଲଗୁଡିକ ପକ୍ଷରୁ ଆକଳନ କରାଯାଇଛି ଯେ, ଅକ୍ଟୋବର ୧୨ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୩ରେ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କିମ୍ବା ପାଶର୍‌ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ। ତେଣୁ ଦଶହରା ବେଳକୁ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ସମ୍ଭାବ୍ୟ ଅବପାତ ଅଧିକ ଘନୀଭୂତ ହେବ କି ନାହିଁ ସେ ନେଇ କୌଣସି ଆକଳନ କରାଯାଇ ନାହିଁ। ତେବେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ଏନେଇ କୌଣସି ସୂଚନା ଦେଇନାହିଁ।

    Maximum 500 characters

    ତାଜା ଖବର View all

    Find Us on Facebook