Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫୋର୍ବ୍ସ ତାଲିକା : ଶୀର୍ଷରେ ଆଦାନୀ

    Share on :
    ajab-Image
    Date: Oct 3, 2026    Views: 3230

    ମୁମ୍ବଇ: ଶିଳ୍ପପତି ଗୌତମ ଆଦାନୀ ତିନି ବର୍ଷ ପରେ ପୁଣି ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ-୨୦୨୬ର ଭାରତର ଶ୍ରେଷ୍ଠ ଶହେ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସେ ଶୀର୍ଷରେ ଅଛନ୍ତି। ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଓ ତାଙ୍କ ପରିବାରର ମୋଟ ସମ୍ପତ୍ତି ୧୦.୮୫ ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଗତ ବର୍ଷ ତୁଳନାରେ ଆଦାନୀଙ୍କ ସମ୍ପତ୍ତି ୧.୯୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଡଲାର ଆଧାରରେ ଚଳିତ ବର୍ଷ ଆଦାନୀଙ୍କ ସମ୍ପତ୍ତି ଅନ୍ୟ ବ୍ୟବସାୟୀଙ୍କ ତୁଳନାରେ ସର୍ବାଧିକ ବଢ଼ିଛି। ତେବେ ୨୦୨୨ରେ ଆଦାନୀଙ୍କ ସମ୍ପତ୍ତି ୧୪.୪୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିି ଯାଇଥିଲା। ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ୧.୮୦ ଲକ୍ଷ କୋଟି ହ୍ରାସ ପାଇ ୮.୩ ଲକ୍ଷ କୋଟିକୁ ଖସି ଆସିଛି। ବିଭିନ୍ନ ବ୍ୟବସାୟରେ ଲାଭ ହ୍ରାସ ପାଇବାର ପ୍ରଭାବ ରିଲାଏନ୍ସ ଗ୍ରୁପର ସେୟାର ଉପରେ ପଡ଼ିଥିଲା। ଧନୀ ତାଲିକାର ତିନି ନମ୍ବର ସ୍ଥାନରେ ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ଅଛନ୍ତି। ତାଙ୍କ ସମ୍ପତ୍ତି ୩.୮୩ ଲକ୍ଷ କୋଟି ଆକଳନ କରାଯାଇଛି। ଏହା ପଛକୁୁ ଆର୍ସେଲର ମିତ୍ତଲର ଲକ୍ଷ୍ମୀ ମିତ୍ତଲ (୩.୩୪ ଲକ୍ଷ କୋଟି), ଭାରତୀ ଏୟାରଟେଲର ସୁନୀଲ ମିତ୍ତଲ (୩.୧୭ ଲକ୍ଷ କୋଟି), ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସାଇରସ ପୁନାୱାଲା (୨.୭୩ ଲକ୍ଷ କୋଟି), ଏଚସିଏଲ ଟେକ୍ନୋଲୋଜିର ଶିବ ନାଦାର (୨.୬୪ ଲକ୍ଷ କୋଟି), ସନ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜର ଦିଲୀପ ସାଙ୍ଘଭୀ (୨.୫୩ ଲକ୍ଷ କୋଟି), ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ ବିର୍ଲା (୨.୨୩ ଲକ୍ଷ କୋଟି) ଓ ଅଶୋଲ ଲେଲାଣ୍ଡ ଗ୍ରୁପର ହିନ୍ଦୁଜା ଫ୍ୟାମିଲି (୨.୦୪ ଲକ୍ଷ କୋଟି) ଦଶ ନମ୍ବର ସ୍ଥାନରେ ରହିଛି।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook