Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ବିଜେଡିର ଭକ୍ତିପୂତ ନମନ

    Share on :
    ajab-Image
    Date: Oct 3, 2026    Views: 3411

    ଭୁବନେଶ୍ୱର,: ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ପୃଥକ ପୃଥକ କାର୍ଯ୍ୟକ୍ରମରେ ଦେଶର ଦୁଇ ମହାନ ଜାତୀୟ ନେତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜନତା ମଇଦାନ ନିକଟସ୍ଥ ମହାତ୍ମା ଗାନ୍ଧୀ ପାର୍କ ଠାରେ ବିଜେଡି ନେତୃବୃନ୍ଦ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ସତ୍ୟ, ଅହିଂସା, ଶାନ୍ତି, ସାମ୍ପ୍ରଦାୟିକ ସଦ୍ଭାବ ଓ ମାନବ ସେବାର ଆଦର୍ଶକୁ ସ୍ମରଣ କରିଥିଲେ ଓ ଶାସ୍ତ୍ରୀ ନଗର ଠାରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
    ବିଜେଡି ନେତୃବୃନ୍ଦ କହିଥିଲେ ଯେ, ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନ ଓ ଆଦର୍ଶ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି । ସତ୍ୟ, ସରଳତା, ସଚ୍ଚୋଟତା, ଦେଶପ୍ରେମ, ସାମାଜିକ ସଦ୍ଭାବ ଓ ଜନସେବା ପ୍ରତି ସେମାନଙ୍କର ନିଷ୍ଠା ସମସ୍ତଙ୍କ ପାଇଁ ଆଜି ମଧ୍ୟ ମାର୍ଗଦର୍ଶକ ହୋଇ ରହିଛି । 
    ଜନତା ମଇଦାନ ନିକଟସ୍ଥ ମହାତ୍ମା ଗାନ୍ଧୀ ପାର୍କ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ, ଶ୍ରୀ ଭରତ କୁମାର ଲେଙ୍କା, ଶ୍ରୀ ରାଜକିଶୋର ଦାସ, ଶ୍ରୀମତୀ ଜୟନ୍ତୀ ସାହୁ, ଶ୍ରୀ ମିହିର କୁମାର ରାଉତ, ଆସିଆ ବେଗମ, ଶ୍ରୀମତୀ ଭାରତୀ ସିଂହ, ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଶ୍ରୀମତୀ ମାନସୀ ସୁନ୍ଦରାୟ, ଶ୍ରୀମତୀ କବିତା ସ୍ୱାଇ, ଶ୍ରୀମତୀ ଅଲିଅଳି ମଲିକ ଏବଂ ଶ୍ରୀ ଦୁର୍ଗା ସାମନ୍ତରାୟଙ୍କ ସମେତ ଦଳୀୟ ପଦାଧିକାରୀ, ବରିଷ୍ଠ ନାଗରିକ, ସମାଜସେବୀ ଓ ସ୍ଥାନୀୟ ବାସିନ୍ଦାମାନେ ଯୋଗ ଦେଇଥିଲେ । 
    ଶାସ୍ତ୍ରୀ ନଗର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଶ୍ରୀ ନବ କିଶୋର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଗିରିଜା ନନ୍ଦନ ମହାନ୍ତି, ସମାଜସେବୀ ତଥା ଶାସ୍ତ୍ରୀ ନଗର ଡେଭଲପମେଣ୍ଟ କାଉନସିଲର ଯୁଗ୍ମ ସମ୍ପାଦକ ଶ୍ରୀ ସଞ୍ଜୀବ ପାତ୍ର, ବରିଷ୍ଠ ନାଗରିକ ଶ୍ରୀ ଅଭିରାମ ଜେନା, ଶ୍ରୀ ବଟ ବେହେରା, ଶ୍ରୀ ରାମ ମୂର୍ତ୍ତି ପାତ୍ର ଏବଂ ସମାଜସେବୀ ଶ୍ରୀ ସାଗର ବଳବନ୍ତରାୟ, ସମାଜସେବୀ ଶାସ୍ୱତୀ ଲେଙ୍କା, ଲିଲି ନାଏକ, ସରସ୍ୱତୀ ଦାସ, ପପୁ ଭାଇ, ହର ଭାଇଙ୍କ ସମେତ ବହୁ ବିଶିଷ୍ଟ ନାଗରିକ ଉପସ୍ଥିତ ଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook