Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୀମଭୋଇ ମେଡିକାଲରେ ଡାକ୍ତରୀ ଛାତ୍ରଙ୍କ କାର୍ଯ୍ୟ ବନ୍ଦ

    Share on :
    ajab-Image
    Date: Oct 1, 2026    Views: 3780

    ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କ କାର୍ଯ୍ୟ ବନ୍ଦ । ସୁରକ୍ଷାକର୍ମୀଙ୍କ ସହ ଗଣ୍ଡଗୋଳ ପରେ ଡାକ୍ତରୀ ଛାତ୍ରଙ୍କ କାର୍ଯ୍ୟ ବନ୍ଦ । ଫଳରେ ଆଜି ସକାଳୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଗତକାଲି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସମୟରେ ସିକ୍ୟୁରିଟି ଗାର୍ଡ ଓ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ଘଟଣାକୁ ନେଇ ଆଜି ଷ୍ଟ୍ରାଇକ୍ କରିଛନ୍ତି ଇଣ୍ଟର୍ନ ଡାକ୍ତର । ଏନେଇ ଲକ୍ଷ୍ମୀଜୋର ଥାନାରେ ଡାକ୍ତରୀ ଛାତ୍ରମାନେ ଲିଖିତ ଅଭିଯୋଗ କରିଛନ୍ତି । 
    ସେପଟେ ଘଟଣାର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଡାକି ପଚରାଉଚରା ସହ ବୁଝାସୁଝା ଜାରି ରଖିଛନ୍ତି ହସ୍ପିଟାଲ ଅଧୀକ୍ଷକ ।

    Maximum 500 characters

    ତାଜା ଖବର View all

    Find Us on Facebook