ମୁଖ୍ୟ ଖବର
ଛିଣ୍ଡିବ କି ମହାନଦୀ କଳି ? ଜଳ ବିବାଦର ସମାଧାନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୈଠକ। ଉପସ୍ଥିତ ରହିବେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। CWC ମଧ୍ୟସ୍ଥତାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ବଣ୍ଟନର ସୂତ୍ର ଖୋଜା ଚାଲିଛି। ଦୁଇ ରାଜ୍ୟର ମଧ୍ୟରେ ଆଲୋଚନା ପରେ ଏବେ ଜଳ ବଣ୍ଟନର ସମାଧାନର ବାଟ ବାହାର କରିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ଆଡଭୋକେଟ୍ ଜେନେରାଲ।
ରାଜସ୍ବ ମନ୍ତ୍ରୀ କହିଛନ୍ତି ବୈଠକ ନେଇ ଆମେ ସକାରାତ୍ମକ ଅଛୁ, ନିଶ୍ଚୟ ଏହି ବିବାଦର ସମାଧାନ ହେବ। ଯେତେବେଳେ ଆମ ସରକାର ଦାୟିତ୍ୱ ନେଲା ସେତେବେଳକୁ ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ ନିର୍ମାଣ କରିସାରିଥିଲା। ଏବେ ତାହାର ସମାଧାନ ବାହାରିବ।
Comments ସମସ୍ତ ମତାମତ 0