ମୁଖ୍ୟ ଖବର
କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଚାପଡା ଗାଁ ରେ ଏକ ଗଣେଶ ଭଷାଣୀ ନେଇ ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଢେଲା ମାଡ ରେ ମାହାଙ୍ଗା ଥାନା ଅଧିକାରୀ ଜୁଗଳ କିଶୋର ଦାସ ଏବଂ ୫ ଜଣ କନେଷ୍ଟବଳ ଆହତ ହୋଇଥିବା ସୂଚନା। ଘଟଣା ରୁ ପ୍ରକାଶ ଯେ, ଏହି ଗାଁ ର ଗଣେଶ ଭଷାଣୀ ରାତି ୧୦ ସୁଦ୍ଧା ସଂପୂର୍ଣ୍ଣ ହେବାର ସରକାରୀ ବିଦ୍ଧିବ୍ୟବସ୍ଥା ଥିବା ବେଳେ ରାତି ୧୦:୩୦ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା । ଏଥିରେ ପୋଲିସ ର ବଳ ପ୍ରୟୋଗ ହେବାରୁ ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା। ତେବେ ପୋଲିସ କାହିଁକି ସ୍ଥାନୀୟ ଲୋକଙ୍କୁ ନିଜ ବିଶ୍ବାସ କୁ ନେଇ ଏହି ଗଣେଶ ଭଷାଣୀ ସୂଚାରୁରୂପେ କରି ପାରିଲା ନାହିଁ, ଯାହାକୁ ନେଇ ପବ୍ଲିକ ଏବଂ ପୋଲିସ ମଧ୍ୟରେ ଏଭଳି କାଣ୍ଡ କାରଖାନା ହେଲା, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ତେବେ ଏହା ଗାଁ ରୁ ୪ ରୁ ୫ ଜଣ ଯୁବକ ଙ୍କୁ ମାହାଙ୍ଗା ପୋଲିସ ନିଜ ହେପାଜତକୁ ନେଇଥିବା ବେଳେ ଅନ୍ୟ ଗଣ୍ଡଗୋଳକାରୀ ଙ୍କୁ ଖୋଜି ବୁଲୁଛି। ତେବେ ସରକାରୀ ନିୟମ ମୁତାବକ ପ୍ରତ୍ୟେକ ମେଢ଼ ର କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଏବଂ ବୈଠକ କରିବା ପୋଲିସ ପକ୍ଷେ ବାଧ୍ୟତାମୂଳକ ଥିବା ବେଳେ ମାହାଙ୍ଗା ପୋଲିସ ଚାହାପଡା ଗଣେଶ ପୂଜା କମିଟି ସହ ଆଗରୁ ଆଲୋଚନା କରିଥିଲେ କି ନାହିଁ ତାହା ତଦନ୍ତ ଆବଶ୍ୟକ।
Comments ସମସ୍ତ ମତାମତ 0