Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୮୦ ବର୍ଷୀୟାଙ୍କୁ ଜଙ୍ଗଲକୁ ଟାଣିନେଇ ଦୁଷ୍କର୍ମ!

    Share on :
    ajab-Image
    Date: Oct 1, 2026    Views: 4024

     ନବରଙ୍ଗପୁର: ୮୦ ବର୍ଷୀୟା ବୃଦ୍ଧାଙ୍କୁ ୩୫ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମ । ଜଙ୍ଗଲକୁ ଘୋଷାଡି ନେଇ ସାଂଘାତିକ କାଣ୍ଡ । ପାଶବିକତାର ସୀମା ଟପିଗଲା କାମାନ୍ଧ ଯୁବକ । ଏଭଳି ଲଜ୍ଜାଜନକ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ । ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା । ନିଜ ଝିଅ ଘରକୁ ଏକା ଏକା ଚାଲି ଚାଲି ଯାଉଥିଲେ ୮୦ ବର୍ଷୀୟା ବୃଦ୍ଧା । ଥରଥର ଦେହ, ହାତରେ ଆଶା ବାଡି । ନିର୍ଜନ ଜଙ୍ଗଲିଆ ରାସ୍ତାର ଯାଉଥିବା ବେଳେ ଜଣେ କାମାନ୍ଧ ଯୁବକ ତାଙ୍କୁ ଜଙ୍ଗଲ ଭିତରକୁ ଟାଣି ଟାଣି ନେଇ ଦୁଷ୍କର୍ମ କରିଥିଲା । ଆର୍ତ୍ତ ଚିତ୍କାର କରିଥିଲେ ବୃଦ୍ଧା । ତାଙ୍କ ପାଟି ଶୁଣି ସେହି ବାଟ ଦେଇ ଯାଉଥିବା କିଛି ପଥଚାରି ଯୁବକ ଜଙ୍ଗଲ ଭିତରକୁ ଦୌଡ଼ି ଯାଇଥିଲେ । ସେଠାରେ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଗ୍ରାମବାସୀ ଏକାଠି ହୋଇ ଅଭିଯୁକ୍ତକୁ ପୋଲିସର ଜିମା ଦେବା ସହ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ଏ ହେଉଛି ସେହି କାମାନ୍ଧ ଯୁବକ, କୁରାବେଡ଼ା ପଞ୍ଚାୟତ କଲିଆପଦର ଗାଁର ପିଲାରାମ ଗୌଡ଼ । 

    ପୀଡ଼ିତାଙ୍କ ପୁଅ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ସାଇଣ୍ଟିଫିକ ଟିମ୍ ସହାୟତାରେ ଅଧିକ ତଦନ୍ତ ଚାଲିଛି । ସେପଟେ ଏହି ଘଟଣାକୁ ନେଇ ତାତିଛି ରାଇଘର ମହିଳା ସମିତି ସଙ୍ଘ । ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦାବିରେ ପୋଲିସ୍ ଗାଡ଼ି ଆଗରେ ବିକ୍ଷୋଭ କରିଛନ୍ତି ମହିଳାମାନେ ।ଯେଉଁ ବୟସରେ ଜଣେ ବୃଦ୍ଧାଙ୍କୁ ସମାଜରୁ ସୁରକ୍ଷା ଓ ସମ୍ମାନ ମିଳିବା କଥା, ସେହି ବୟସରେ ଏଭଳି ପାଶବିକତା ! ଏହାଠାରୁ ବଡ଼ ଲଜ୍ଜାଜନକ ଘଟଣା ଆଉ କ’ଣ ହୋଇପାରେ ?

    Maximum 500 characters

    ତାଜା ଖବର View all

    Find Us on Facebook