Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆର. ସନ୍ଥାନା ଗୋପାଳନଙ୍କ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ

    Share on :
    ajab-Image
    Date: Oct 1, 2026    Views: 3104

    ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ଆର. ସନ୍ଥାନା ଗୋପାଳନ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । 2001 ବ୍ୟାଚର ଅଫିସର ଗତକାଲି ସନ୍ଧ୍ୟାରେ ହିଁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ସେ ଦର୍ଶାଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସଫଳତାର ସହ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର  କରିଥିବା ଆର. ସନ୍ଥାନା ଗୋପାଳନ କହିଛନ୍ତି । କୌଣସି ପ୍ରକାରର ଚାପରେ ନୁହେଁ ବରଂ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ।
    ଦେଶରେ ଆଉ ଜଣେ ପ୍ରତିଷ୍ଠିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଜି ସ୍ୱେଚ୍ଛାକୃତ ଅବସର ବା VRS ପାଇଁ ଆବେଦନ କରିଛନ୍ତି । 2001 ବ୍ୟାଚର ଓଡିଶା କ୍ୟାଡ଼ର ଆର. ସନ୍ଥାନା ଗୋପାଳନ ସ୍ୱେଚ୍ଛାକୃତ ଅବସର ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ବର୍ତ୍ତମାନ ଆର ସନ୍ଥାନା ଗୋପାଳନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ଆର ସନ୍ଥାନା ଗୋପାଳନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ନିକଟରେ ଓଡିଶାରେ ଶେଷ ହୋଇଛି । ଦେଶରେ SIR ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ବିବାଦ ଭିତରେ ଆର ସନ୍ଥାନା ଗୋପାଳନଙ୍କ VRS ବିଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି ।
    VRS ଆବେଦନ ପରେ ବରିଷ୍ଠ ଆଇଏଏସ ଆର. ସନ୍ଥାନା ଗୋପାଳନ  କହିଛନ୍ତି, "ବ୍ୟକ୍ତିଗତ କାରଣରୁ ମୁଁ VRS ପାଇଁ ଆବେଦନ କରିଛି । କୌଣସି ଚାପ କିମ୍ବା ଅନ୍ୟାନ୍ୟ କୌଣସି କାରଣରୁ ମୁଁ ଏପରି ଆବେଦନ କରିନାହିଁ । ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ସଫଳତାର ସହ କରିଛି । ଏଥିରେ କୌଣସି ପ୍ରକାର ତୃଟି କିମ୍ବା ଚାପ ଦିଆ ଯାଇନାହିଁ । ଏହା ମୋ ପାଇଁ ବଡ଼ ଉପଲବ୍ଧି । VRS ପାଇଁ କିଛି ମାସ ତଳେ ନିଷ୍ପତ୍ତି ନେଇଥିଲି । SIR ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ VRS ପାଇଁ ଆବେଦନ କରିଛି । ବିଗତ 25 ବର୍ଷ ଧରି ଓଡିଶା ସରକାରଙ୍କ ଅଧିନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛି । ଓଡିଶାରେ ମୋ ଅଭିଜ୍ଞତା ଖୁବ୍ ଭଲ ରହିଛି ।"

    Maximum 500 characters

    ତାଜା ଖବର View all

    Find Us on Facebook