Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପେନ୍‌ସନ ଡେରି କଲେ ବର୍ଷକୁ ୭% ସୁଧ ଗଣିବେ ସରକାର

    Share on :
    ajab-Image
    Date: Oct 1, 2026    Views: 3708

    ଭୁବନେଶ୍ୱର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ଦେବାରେ ବର୍ଷେରୁ ଅଧିକ ବିଳମ୍ବ ହେଲେ, ସରକାର ତାଙ୍କୁ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ। ଗତ ୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ବେସାମରିକ ସେବା (ପେନସନ୍‌) ନିୟମ-୧୯୯୨ର ସଂଶୋଧିତ ବିଜ୍ଞପ୍ତିରେ କୁହାଯାଇଛି ଯେ ସରକାରୀ ଅଧିକାରୀ କିମ୍ବା ବିଭାଗର ଅବହେଳା ପାଇଁ ପେନସନ୍ ବିଳମ୍ବ ହୋଇଛି କି ନାହିଁ, ତାହା ସମ୍ପୃକ୍ତ ବିଭାଗର ସଚିବ ଅନୁଧ୍ୟାନ କରିବେ। ଏଥିରେ ସତ୍ୟତା ଥିଲେ ସଚିବଙ୍କ ଅନୁମୋଦନକ୍ରମେ ପେନସନ୍ ଅବା ଗ୍ରାଚ୍ୟୁଇଟିରେ ସୁଧ ଅର୍ଥ ଜମା କରାଯିବ।
    ବିଭାଗୀୟ ତଦନ୍ତ ଅବା ଅଦାଲତରେ ମାମଲାର ବିଚାର ଜାରି ରହିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ। ଅବସର ପରେ ଜାରି ରହିଥିବା କିମ୍ବା ଅବସର ପରେ ଚାରି ବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ପେନସନ୍ ଓ ଗ୍ରାଚ୍ୟୁଇଟିକୁ ଅଟକାଇ ରଖିବା କିମ୍ବା ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ ଅଧିକାର ମିଳିବ।

    Maximum 500 characters

    ତାଜା ଖବର View all

    Find Us on Facebook