Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାବତ ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

    Share on :
    ajab-Image
    Date: Sep 3, 2026    Views: 3823

    ଉଦଳା: ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ ମଥୁରାସାହି ଗ୍ରାମରେ। ରମେଶ ବିନ୍ଧାଣୀ ତାଙ୍କ ଶ୍ୱଶୁର ଘର ମଥୁରାସାହିରେ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହିତ ରୁହନ୍ତି। ଯାହାକୁ ନେଇ ପୂର୍ବରୁ ରମେଶଙ୍କ ସାବତ ଶ୍ୱଶୁର ଦାମଦୋର ହୋ ଅନେକ ଥର ବିରୋଧ କରି ଆସିଛନ୍ତି। ହେଲେ ବୁଧବାର ରାତିରେ ଉଭୟ ସାବତ ଶ୍ୱଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟ ନିଶାସକ୍ତ ଅବସ୍ଥାରେ ରହିଥିବା ବେଳେ ବଚସା ଉଗ୍ରରୂପ ନେଇଥିଲା। ସାବତ ଶ୍ୱଶୁର ଏକ ଲୁହା ରଡ୍‌ରେ ଜ୍ୱାଇଁ ରମେଶଙ୍କୁ ଆକ୍ରମଣ କରିଥିଲେ। ଯାହାକୁ ରମେଶଙ୍କ ସ୍ତ୍ରୀ ଭାରତୀ ଏବଂ ତାଙ୍କ ଶାଶୁ ସୁକୁରି ହୋ ବିରୋଧ କରିଥିଲେ। ଏହି ସମୟରେ ଉଭୟ ଭାରତୀ ଓ ସୁକୁରିଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଯେଉଁଥିରେ ଉଭୟ ଗୁରୁତର ହୋଇଥିଲେ। ଏହା ପରେ ସାବତ ଶ୍ୱଶୁର ଲୁହା ରଡ୍‌ରେ ରମେଶଙ୍କ ମୁଣ୍ଡରେ ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ତାଜା ଖବର View all

    Find Us on Facebook