Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ

    Share on :
    ajab-Image
    Date: Sep 2, 2026    Views: 3713

    ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ। ଭୁବନେଶ୍ୱର ପଟିଆସ୍ଥିତ ନ୍ୟୁ ରେଳ ଷ୍ଟେସନରୁ ବାରଣାସୀ ଓ ଅଯୋଧ୍ୟା ଅଭିମୁଖେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। 

    ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାରୁ ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଏବଂ ଢେଙ୍କାନାଳରୁ ୮୯ ଜଣଙ୍କୁ ମିଶାଇ ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବାରଣାସୀ ଓ ଅଯୋଧ୍ୟା ତୀର୍ଥ କରିବାର ସୁଯୋଗ ପାଇଛନ୍ତି । 

    ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ଏହି ଯାତ୍ରରେ ସାମିଲ ହୋଇଛନ୍ତି। ଆସନ୍ତା ୭ ତାରିଖରେ ତୀର୍ଥଯାତ୍ରୀମାନେ ଫେରିବେ। ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ର ବୁଲିବାର ସୁଯୋଗ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏହି ଯୋଜନା। ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାର ବରିଷ୍ଠ ନାଗରିକମାନେ ମଧ୍ୟ ଏହି ସୁଯୋଗ ପାଇବେ।

    Maximum 500 characters

    ତାଜା ଖବର View all

    Find Us on Facebook