ମୁଖ୍ୟ ଖବର
ସମ୍ବଲପୁର: ୨୨ ଟି ଗେଟ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ଉପର ମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ପାଣି ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ ପାଣି ଛଡ଼ା ଯାଉଛି। ହୀରାକୁଦ ଜଳସ୍ତର ୬୨୫.୪୭ ଫୁଟରେ ପହଂଚିଛି। ତେବେ ଉପର ମୁଣ୍ଡରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଥିବାରୁ ଡ୍ୟାମ କର୍ତୃପକ୍ଷ ସଜାଗ ଅଛନ୍ତି । ହୀରାକୁଦ ପାଣି ଛାଡ଼ିବା ଯୋଗୁଁ ସମ୍ବଲପୁର ସୋନପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
Comments ସମସ୍ତ ମତାମତ 0