Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଥଭ୍ରଷ୍ଟ ପିଲାମାନଙ୍କୁ ସଠିକ ପଥ ଦେଖାଇବା ଆମର କାମ:ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Aug 1, 2026    Views: 2547

    ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ ଆସିଥିଲେ। କିଛି ଜଣଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଥିବାବେଳେ ଅନେକଙ୍କୁ ଅନଲାଇନରେ ଟାର୍ଗେଟ କରାଯାଇଥିଲା। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଜୁଲାଇ ୩୧ ତାରିଖ ରାତିରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ସମସ୍ତ ପିଲାଙ୍କୁ କ୍ଷମା କରିଦେଇଛନ୍ତି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘Hi Friends, ଆଜି ମନ ହେଉଛି କେବଳ ଆପଣଙ୍କ ସହିତ ହିଁ କଥା ହେବା ପାଇଁ, ଜନ୍ତର-ମନ୍ତରରେ ଯାହା କିଛି ଘଟିଲା ତାହା ଦେଶ ଏବଂ ଦୁନିଆ ଦେଖିଛି। କିଛି ଅଳସୁଆ ବା ଦୁଷ୍ଟ ପିଲା ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଯାହାକି କୌଣସି ସଭ୍ୟ ସମାଜ ପାଇଁ ଶୋଭାପ୍ରଦ ନୁହେଁ।

    ପ୍ରଧାନମନ୍ତ୍ରୀ ମୋଦି ଆଗକୁ କହିଛନ୍ତି, ‘ମତେ ତ ଗାଳି ଦିଆଗଲା, ମୋର ସ୍ବର୍ଗୀୟ ମାଆଙ୍କୁ ମଧ୍ୟ ଗାଳି ଦିଆଗଲା, କେତେ ଯେ ଅଶ୍ଳୀଳ ରୂପ ଥିଲା ତାହା ଜାଣି ହେବ ନାହିଁ। କିନ୍ତୁ ଆଜି ମୁଁ କହିବାକୁ ଚାହେଁ ଯେ ପିଲାଦିନେ ଭୁଲ ହୋଇଥାଏ, ଏବଂ ପିଲାଦିନର ଭୁଲ ସୁଧାରିବାର ସୁଯୋଗ ମଧ୍ୟ ମିଳିଥାଏ, ଆଉ ଏହାକୁ ହିଁ ପିଲାଦିନ କୁହାଯାଏ। ସେଥିପାଇଁ ସମାଜ ଭିତରେ ଯେଉଁ କ୍ରୋଧ ରହିଛି, ମୁଁ ତାହାକୁ ଭଲଭାବେ ବୁଝିପାରୁଛି, ଏହା ଏକ ସାଂସ୍କୃତିକ ଆଘାତ ଯେ ଆମର ଝିଅମାନେ ଏଭଳି ଭାଷା କିପରି କହିପାରିବେ, କିନ୍ତୁ ଏହା ହେଉଛି ଏହି ପିଲାମାନଙ୍କୁ ଆଲିଙ୍ଗନ କରି ସଠିକ ପଥ ଦେଖାଇବାର ସମୟ।’

    ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏମାନେ ଭ୍ରଷ୍ଟ କିମ୍ବା ପଥଭ୍ରଷ୍ଟ ପିଲା, ସେମାନଙ୍କୁ ସଠିକ ପଥ ଦେଖାଇବା ଆମର କାମ; ସେମାନଙ୍କୁ ଦଣ୍ଡ ଦେବା, କୋର୍ଟ କଚେରୀ ଚକ୍କର କାଟିବାକୁ ଦେବା, ସମାଜରେ ସେମାନଙ୍କୁ ନିର୍ଯାତନା ଦେବା ଦ୍ୱାରା ଆମେ ପରିସ୍ଥିତି ବଦଳାଇ ପାରିବା ନାହିଁ, ମୁଁ ସେମାନଙ୍କୁ କ୍ଷମା କରିବାକୁ ଚାହେଁ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook