ମୁଖ୍ୟ ଖବର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା ମୂଲ୍ୟ (ରିଟେଲ ପ୍ରାଇସ) ସ୍ଥିର କରାଯାଇଛି। ଗାଜେଟ ବିଜ୍ଞପ୍ତି ଅନୁଯାୟୀ, ହୃଦ୍ରୋଗ, ଡାଇବେଟିସ, ରକ୍ତଚାପ, ପାରାସିଟାମୋଲ, ଆଣ୍ଟିବାୟୋଟିକ, ମାନସିକ ସ୍ବାସ୍ଥ୍ୟ, ଜ୍ୱର, ଚିନ୍ତା (ଏଙ୍ଗ୍ଜାଇଟି), ଆଇରନ, ଫୋଲିକ ଏସିଡ, PCOS/ମହିଳାମାନଙ୍କ ପ୍ରଜନନ କ୍ଷମତା ବୃଦ୍ଧି ସହିତ ଜଡ଼ିତ ଔଷଧଗୁଡ଼ିକର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଆଜି ଅଗଷ୍ଟ ୧ରୁ କମ୍ପାନୀଗୁଡ଼ିକ ଉପରୋକ୍ତ ଔଷଧଗୁଡ଼ିକ ପାଇଁ ସ୍ଥିର କରାଯାଇଥିବା ମୂଲ୍ୟଠାରୁ ଅଧିକ ଦାମ ଆଦାୟ କରିପାରିବେ ନାହିଁ।
ଅନ୍ୟପକ୍ଷରେ, ଔଷଧ ଦରରେ ଜିଏସ୍ଟି (GST) କେବଳ ସେତେବେଳେ ଅଲଗା ଭାବେ ଯୋଡ଼ାଯାଇପାରିବ, ଯେତେବେଳେ ଦୋକାନୀ ସରକାରଙ୍କୁ ଜିଏସ୍ଟି ଦେଇଥିବେ। ନିୟମ ଉଲ୍ଲଂଘନ କଲେ ଦୋକାନୀଙ୍କୁ ଅଧିକ ଆଦାୟ କରାଯାଇଥିବା ଅର୍ଥ ସୁଧ ସହିତ ଫେରସ୍ତ କରିବାକୁ ପଡ଼ିବ।
Comments ସମସ୍ତ ମତାମତ 0