Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦେବୀ ବନ୍ୟାରେ ବେହାଲ ଜଗତସିଂହପୁର: 24 ଗାଁ ଜଳମଗ୍ନ

    Share on :
    ajab-Image
    Date: Aug 1, 2026    Views: 3051

    ଜଗତସିଂହପୁର: ମହାନଦୀ ଓ ଦେବୀ ନଦୀରେ ଜଳସ୍ତର ବଢିବା ପରେ ଜଗତସିଂହପୁରରେ ବଢୁଛି ଦୁର୍ଦ୍ଦଶା । ଉଭୟ ନଦୀର ବନ୍ୟା ଜଳ କୁଜଙ୍ଗ , ବିରିଡି, ନାଉଗାଁ, ତିର୍ତ୍ତୋଲ, ରଘୁନାଥପୁର , ବାଲିକୁଦା ବ୍ଲକରେ ପ୍ରବେଶ କରିଛି । ତିର୍ତ୍ତୋଲ ବ୍ଲକରେ ୭ ଟି ଗ୍ରାମ ପଞ୍ଚାୟତର ୭ ଟି ରାଜସ୍ବ ଗ୍ରାମ, କୁଜଙ୍ଗ ବ୍ଲକରେ ୬ଟି ପଞ୍ଚାୟତର ୮ ଟି ଗ୍ରାମ, ବିରିଡି ବ୍ଲକରେ ୪ ପଞ୍ଚାୟତର ୫ ଗ୍ରାମ, ନାଉଗାଁ ବ୍ଲକର ଗୋଟିଏ ପଂଚାୟତର ୨ ଗ୍ରାମ, ବାଲିକୁଦା ବ୍ଲକର ୨ ପଞ୍ଚାୟତ ପ୍ରଭାବିତ ହୋଇଛି।ଜଙ୍ଗ ଜିଲ୍ଲାନାସୀ ପଞ୍ଚାୟତର ସାହାରଡିଆ ବାହ୍ୟ ଜଗତରୁ ବିଛିନ୍ନ ରହିଛି । ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ବିଡ଼ିଓ ତହସିଲଦାର ବୋଟ ଯୋଗେ ସେଠାରେ ପହଞ୍ଚି ଶୁଖିଲା ଖାଦ୍ୟ, ପଲିଥିନ, ଔଷଧ ଆଦି ଯୋଗାଇବା ସହ ଲୋକଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି । ଜିଲ୍ଲାରେ ମୋଟ ୬୫୭୪ ଜଣ ପ୍ରଭାବିତ ହୋଇଥିବା ବେଳେ ୧୨୮୮ ଜଣଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୨୩ ଟି ଫ୍ରୀ କିଚେନ ସେଣ୍ଟରରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ପ୍ରଭାଵିତ ମାନଙ୍କୁ ଚୁଡା, ଗୁଡ଼, ପଲିଥିନ୍ ରୋଲ୍ ଯୋଗାଇ ଦିଆଯାଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍କକର ସିଏଚସିରେ ୧୧ ଟି ୨୪*୭ କଣ୍ଟ୍ରୋଲ ରୁମ ଖୋଲାଯିବା ସହ କଣ୍ଟ୍ରୋଲ ରୁମ ନମ୍ବର ୦୬୭୨୪-୨୯୫୪୨୭ ଜାରି କରାଯାଇଛି ।

    ୯ ଟି ମୋବାଇଲ ସ୍ବାସ୍ଥ୍ୟ ଟିମ୍, ୧୫ ଟି ୧୦୮ ଆମ୍ବୁଲାନ୍ସ, ୧୨ ଟି ୧୦୨ ଆମ୍ବୁଲାନ୍ସ ଓ DHH ରେ ୨ ଟି BLS (ବେସିକ୍ ଲାଇଫ ସପୋର୍ଟ) ଆମ୍ବୁଲାନ୍ସ ରହିଛି। ଜିଲ୍ଲାରେ ୪ ରାପିଡ ରେସ୍ପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି। ୨୪୭୦ ଟି କୂପକୁ ବିଶୋଧିତ କରାଯାଇଛି। ୧୦୫ ଗର୍ଭବତୀ ମହିଳାଙ୍କୁ ମା ଗୃହ, ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୫୬ ଜଣଙ୍କର ପ୍ରସବ ହୋଇ ଥିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ୪୬୮୦ଟି ପାଣି ବୋତଲ, ୭୩୦୦ ପାଣି ପାଉଚ୍ ଯୋଗାଇ ଦିଆଯାଇଛି। ୮ ଟି ପାଣି ଟ୍ୟାଙ୍କର ୧ ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ୍ ଜିଲ୍ଲାରେ ନିୟୋଜିତ ହୋଇଛି।

    ଏହି ବନ୍ୟାରେ ସମୁଦାୟ ୬୮୧୯ ଟି ବଡ ଓ ୩୪୩୦ ଟି ଛୋଟ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ୨୨୯ କ୍ଵିଣ୍ଟାଲ ପଶୁ ଖାଦ୍ୟ ଓ ୪୫ କ୍ଵିଣ୍ଟାଲ ଗ୍ରୀନ ଫୋଡର ଯୋଗାଇ ଦିଆଯାଇଛି। ୧୬ ଟି ପଶୁ ଚିକିତ୍ସା ଶିବିର ଖୋଲାଯାଇ ୮୩୯ ଟି ପଶୁଙ୍କୁ ଚିକିତ୍ସା କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି। ୨୪୭୦ ହେକ୍ଟର ଶସ୍ୟ କ୍ଷେତ ଜଳମଗ୍ନ ହୋଇଥିବା ବେଳେ ୩୦୩୯ ହେକ୍ଟର ତଳି ଘେର, ୧୨ ହେକ୍ଟର ମାଣ୍ଡିଆ କ୍ଷେତ,୬୩.୫ ହେକ୍ଟର ପରିବା ଚାଷ ଜମି ଜଳମଗ୍ନ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ନିମନ୍ତେ ଓଡ଼୍ରାଫ୍ ଟିମ୍ ଓ ଏନ୍.ଡି.ଆର୍.ଏଫ୍ ଟିମ୍ ନିୟୋଜିତ କରାଯାଇଛି। ବନ୍ୟା ଛାଡିଲା ପରେ ପାନୀୟ ଜଳ ଉତ୍ସ ନଳକୂପ, ପାନୀୟ ଜଳପ୍ରକଳ୍ପ ଗୁଡ଼ିକୁ ବିଶୁଦ୍ଧୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୪ ଟି ବିଦ୍ୟାଳୟ ଓ ୧୯୦ ଟି ଅଙ୍ଗନୱାଡି କେନ୍ଦ୍ର ଆଜି (ଅଗଷ୍ଟ 1) ଯାଏଁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ଆଜି ମଧ୍ୟ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ସହ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook