Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାଲିଠୁ ବଢ଼ିବ ବର୍ଷା

    Share on :
    ajab-Image
    Date: Aug 1, 2026    Views: 2764

    ଭୁବନେଶ୍ବର: ଓଡ଼ିଶାରେ ବର୍ଷା ସାମାନ୍ୟ କମିଥିବା ବେଳେ ଆସନ୍ତାକାଲିଠାରୁ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିପାରେ । ଓଡ଼ିଶାରେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲଗାଣ ବର୍ଷା ପ୍ରଭାବରେ ସ୍ଥିତି ସଂଗୀନ ହେବାର ଆଶଙ୍କା ରହିଛି । ସେପଟେ 7 ଦିନର ବ୍ୟବଧାନ ପରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଅବପାତ । ବର୍ତ୍ତମାନ ଦକ୍ଷିଣପୂର୍ବ ରାଜସ୍ଥାନ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଏବଂ ସଂଲଗ୍ନ ପୂର୍ବ ରାଜସ୍ଥାନ ଏବଂ ଗୁଜୁରାଟ କ୍ଷେତ୍ର ଉପରେ ଥିବା ଅବପାତ (ଡିପ୍ରେସନ) ପ୍ରାୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି । ଦକ୍ଷିଣ-ପୂର୍ବ ରାଜସ୍ଥାନ ଓ ଆଖପାଖ ଅଞ୍ଚଳ ଉପରେ ଆଜି ସକାଳ 5.30 ସମୟରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଦକ୍ଷିଣ ରାଜସ୍ଥାନରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ୍ ପରିଣତ ହେବାର ସମ୍ଭାବନା ରହିଛି ।

    ଆଜି ପୁରୀ, ଖୋରଧ, ନୟାଗଡ଼, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି 30-40 କିମି ବେଗରେ ଝଡ଼ି ପବନ ବହିବାର ସମ୍ଭାବନା ରହିଛି । ଏହି 20 ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

    ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ଆହୁରି ବଢ଼ିବ । ଅଗଷ୍ଟ 2 ଓ 3 ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ 3 ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ସତର୍କତା ଜାରି କରାଯାଇଛି । ସେହିପରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ପୁରୀ, ଖୋରଧ, ନୟାଗଡ଼, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook