ମୁଖ୍ୟ ଖବର
ଚୌଦ୍ୱାର: ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ବିଚାରାଧୀନ କଏଦୀ। ଚୌଦ୍ୱାର ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ ରାଉଳ ଏହି ସୂଚନା ଦେଇଛନ୍ତି।
ଶ୍ରୀ ରାଉଳ କହିଛନ୍ତି, ସେମାନଙ୍କୁ ଜେଲ୍ର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଜଣେ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି।
ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ମେଡିକାଲରେ ଥିବା ଏଆରଟି ସେଣ୍ଟରକୁ ମାସକୁ ଥରେ କିମ୍ବା ଦୁଇଥର ପଠାଯାଉଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥାଏ।
ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲକୁ ଆସୁଥିବା ଅପରାଧୀ/ଅଭିଯୁକ୍ତମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଏ। ସେମାନଙ୍କୁ କୌଣସି ରୋଗ ହୋଇଛି କି ନାହିଁ ପରୀକ୍ଷା କରାଯିବା ପରେ ସେମାନଙ୍କୁ ୱାର୍ଡକୁ ପଠାଯାଏ ବୋଲି ଜେଲ ଅଧୀକ୍ଷକ ଶ୍ରୀ ରାଉଳ କହିଛନ୍ତି।
Comments ସମସ୍ତ ମତାମତ 0