Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ

    Share on :
    ajab-Image
    Date: Jul 2, 2026    Views: 3371

    ପୁରୀ: ଜୁଲାଇ ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଦସ୍ୟ ମାନେ ମିଳିତ ଯାଞ୍ଚ୍ କରିବେ। ଜୁଲାଇ ୧୮ ତାରିଖ ପୂର୍ବାହ୍ନ ୧୦ ଟା ୩୦ ରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ପୂର୍ତ୍ତ ବିଭାଗ ତରଫରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା, ଏ ଏସ ଆଇକୁ ଚିଠି କରାଯାଇଛି। ଯାଞ୍ଚ ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ତେବେ ଏହା ଏକ ରୁଟିନ ଯାଞ୍ଚ୍ ପ୍ରକ୍ରିୟା। ପ୍ରତ୍ୟେକ ବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ଏହି ଯାଞ୍ଚ୍ ପ୍ରକ୍ରିୟା କରାଯାଇଥାଏ।

    Maximum 500 characters

    ତାଜା ଖବର View all

    Find Us on Facebook