Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଶାସନିକ ସ୍ତରରେ ଅଦଳବଦଳ କଲେ ମୋହନ ସରକାର

    Share on :
    ajab-Image
    Date: Jul 1, 2026    Views: 3454

    ଭୁବନେଶ୍ବର: ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ମୋହନ ସରକାର । ରାଜ୍ୟ ସରକାରଙ୍କ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ରହିବେ IAS ସୁରେଶ ବଶିଷ୍ଠ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଏସଡି ଭାବେ ବରିଷ୍ଠ OAS ଅଫିସର ପିନାକୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଓଡ଼ିଶା ସଚିବାଳୟ ସେବା କ୍ୟାଡର ୬ ଜଣ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ଅଦଳବଦଳ କରିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ରହିବେ ୧୯୯୮ ବ୍ୟାଚର ଆଇଏଏସ ସୁରେଶ କୁମାର ବଶିଷ୍ଠ । ୧୯୯୩ ବ୍ୟାଚର ଆଇଏଏସ ସୁରେନ୍ଦ୍ର କୁମାର ମଙ୍ଗଳବାର କାର୍ଯ୍ୟରୁ ଅବସର ନେଇଛନ୍ତି । ସୁରେନ୍ଦ୍ରଙ୍କ ସ୍ଥାନରେ ସୁରେଶଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ସୁରେଶ ଅତିରିକ୍ତ ଭାବେ ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
    ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଏସଡି ଭାବେ ବରିଷ୍ଠ OAS ପିନାକୀ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି । ପିନାକୀ ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଅତିରିକ୍ତ ସଚିବ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି । ପିନାକୀଙ୍କୁ ବୁଧବାର ଅପରାହ୍ନରୁ ଦାୟିତ୍ୱମୁକ୍ତ କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ କୁହାଯାଇଛି । ଫଳରେ ସେ ଜୁଲାଇ ୨ ତାରିଖରୁ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ ଦାୟିତ୍ୱ ଗ୍ରହଣ କରିବେ । ମୁଖ୍ୟ ଶାସନ ସଚିବଙ୍କ ପ୍ରମୁଖ ବ୍ୟକ୍ତିଗତ ସଚିବ ସୁରେଶ ଚନ୍ଦ୍ର କର ମଙ୍ଗଳବାର ସରକାରୀ ଚାକିରିରୁ ଅବସର ନେଇଛନ୍ତି ।
    ସେହିପରି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ୬ ଜଣ ଓଏସ୍‌ଏସ୍‌ କ୍ୟାଡର ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି:-

    ମହିଳା ଓ ଶିଶୁ ବିକାଶ ବିଭାଗର ଅନୁସଚିବ ହବିବ ମୋହନ ମୁର୍ମୁ
    ସୂଚନା ଓ ଲୋକସମ୍ପର୍କ ବିଭାଗର ସେକ୍ସନ ଅଫିସର ଶଶାଙ୍କ ଶେଖର ନାୟକ
    ଏଏସଓ ଅନୀଲ ଅଧିକାରୀ
    ବିଶ୍ୱକଲ୍ୟାଣ ପଟ୍ଟନାୟକ
    ପ୍ରଭାସ ବେହରାମାଳି
    ପ୍ରୀତମ ନାୟକଙ୍କୁ ସିଏମଓକୁ ବଦଳି କରାଯାଇଛି ।
    ଏହି ଓଏସଏସ କ୍ୟାଡର ଅଫିସରଙ୍କୁ ତୁରନ୍ତ ଦାୟିତ୍ୱମୁକ୍ତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ସେମାନେ ଅବିଳମ୍ବେ ସିଏମଓରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ । ସେହିପରି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୩ ଜଣ ଓଏଏସ ଅଧିକାରୀଙ୍କୁ ରଥଯାତ୍ରା କାର୍ଯ୍ୟ ତଦାରଖ କରିବା ପାଇଁ ନିଯୁକ୍ତି ମିଳିଛି ।

    Maximum 500 characters

    ତାଜା ଖବର View all

    Find Us on Facebook