ମୁଖ୍ୟ ଖବର
ଭୁବନେଶ୍ବର: ଭିଡ଼ ଭିତରେ ସୌମ୍ୟ ରଞ୍ଜନଙ୍କ ହତ୍ୟା ଘଟଣା। ଓଡ଼ିଶା ଆସିବେ ଜାତୀୟ ମାନବାଧିକାର କମିଶନ। ଆଜି ୫ଦିନିଆ ଭୁବନେଶ୍ବର ଗସ୍ତରେ ଆସିବେ କମିଶନଙ୍କ ୨ଜଣିଆ ସଦସ୍ୟ । ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ ତଦନ୍ତ। ହତ୍ୟା ଘଟଣାର ତନାଘନା କରିବେ NHRC ଟିମ୍ । ପ୍ରଥମେ ଗ୍ରାଉଣ୍ଡ ଜିରୋରୁ ଟିମ ଯାଞ୍ଚ୍ ଆରମ୍ଭ କରିବ । ବାଲିଅନ୍ତା ଯାଇ ସେଠାରେ ତଦନ୍ତ କରିବ ଟିମ । ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇ ଯୁବତୀ, ସେଠାରେ ଥିବା ସାକ୍ଷୀ ଓ ଘଟଣା ବେଳେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ କରିବେ ପଚରାଉଚରା। ଭିଡ଼ ଭିତରେ କିପରି ହେଲା ମୃତ୍ୟୁ ତାହାର କରିବେ ଯାଞ୍ଚ୍। ବରିଷ୍ଠ ପୋଲିସ ଅଧିକାରୀ ମାନେ ନିଜ କ୍ଷମତାର ଅପବ୍ୟବହାର କରି ତଳିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଓ ଘରୋଇ କାମରେ ଲଗାଇଥିବା ଅଭିଯୋଗ ଉପରେ ମଧ୍ୟ କରିବେ ତଦନ୍ତ। ଘଟଣା ସମ୍ବନ୍ଧରେ ରେଲୱେ ଏସଆରପି ଓ ପୋଲିସ କମିଶନରଙ୍କ ସହ କରିବେ ଆଲୋଚନା
ଗତ ମେ’୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା।ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେଲୋକମାନେସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାର ପ୍ରଥମେ କମିଶନରେଟ ପୁଲିସ ତଦନ୍ତ କରିଥିଲା। ପରେ ଏହି ଘଟଣାକୁ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ଘଟଣାରେ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି।
Comments ସମସ୍ତ ମତାମତ 0