Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜୁଲାଇ ୨ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ

    Share on :
    ajab-Image
    Date: May 28, 2026    Views: 2801

    କଟକ: ଆସନ୍ତା ଜୁଲାଇ ୨ ତାରିଖରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ ଟାରୁ ଦିନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ହେବ । ପରୀକ୍ଷା ମାତୃଭାଷା ଓଡ଼ିଆରୁ ଆରମ୍ଭ ହେବ । ୪ ତାରିଖରେ ଇଂରାଜୀ, ୫ରେ ଟିଏଲ୍‌ଭି ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ତେବେ ୬ତାରିଖରେ ଗଣିତ ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ୮ରେ ସାଧାରଣ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ ତାରିଖରେ ସଂସ୍କୃତ ଓ ହିନ୍ଦୀ ବିଷୟ ପରୀକ୍ଷା ରହିଛି ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ପରୀକ୍ଷା ସୂଚୀରୁ ଜଣାପଡିଛି ।

    ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଜୁଲାଇ ୨ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏ ଚାଲିବ । ୨ରେ ପ୍ରଥମ ଭାଷା ଓଡ଼ିଆ ବିଷୟ ଥିବାବେଳେ ୩ରେ ପେଣ୍ଟିଙ୍ଗ୍‌ ଥିଓରି ପରୀକ୍ଷା, ୪ରେ ଇଂରାଜୀ, ୬ରେ ଗଣିତ ପରୀକ୍ଷା, ୭ରେ ହୋମ ସାଇନ୍ସ ଥିଓରି, ୮ରେ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ଇଣ୍ଡିଆନ୍‌ କଲ୍‌ଚର୍‌ ଏବଂ ହେରିଟେଜ୍‌ ପରୀକ୍ଷା ରହିଛି।

    Maximum 500 characters

    ତାଜା ଖବର View all

    Find Us on Facebook