ମୁଖ୍ୟ ଖବର
ଭୁବନେଶ୍ଵର: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ଟଙ୍କା । ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି। ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏହି ମହିଳା ମାନେ ଗତ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନା ଟଙ୍କା ପାଇନଥିଲେ । ବିଭିନ୍ନ ସମସ୍ୟା କାରଣରୁ ୧ ଲକ୍ଷ ୨୩ ହଜାରରୁ ଅଧିକ ମହିଳାଙ୍କୁ ମହିଳା ଦିବସରେ ୪ର୍ଥ କିସ୍ତି ସୁଭଦ୍ରା ଟଙ୍କା ଯାଇନଥିଲା । ଏବେ ଭେରିଫିକେସନ୍ ପରେ ପୁଣି ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସରକାରୀ ସୂଚନା ଅନୁସାରେ, ଆଉ ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ ‘ଫିଲ୍ଡ ଭେରିଫିକେସନ’ ପ୍ରକ୍ରିୟା ଜାରି ରହିଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୬ ହଜାର ନୂତନ ଆବେଦନ ମଧ୍ୟ ମିଳିସାରିଛି ।
ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଟଙ୍କା ପଠାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆହୁରି ଲକ୍ଷେରୁ ଅଧିକ ହିତାଧିକାରୀଙ୍କ ପାଇଁ ବିଚାର ଚାଲିଛି। ଆଗକୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ପଠାଯିବ ବୋଲି ସୂଚନା ଦେଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋମବାର ଦିନ ପାଖାପାଖି ୬୨ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ପଠାଯାଇଛ ଟଙ୍କା । ଏବେବି କିଛି ଫିଲ୍ଡ ଭେରିଫିକସନ ପାଇଁ ଅଟକି ରହିଛି । ପାଖାପାଖି ଏକ ଲକ୍ଷ ଫିଲ୍ଡ ଭେରିଫିକେସନ ଚାଲିଛି । ସେହିପରି ୩ ଲକ୍ଷ ୨୬ ହଜାର ନୂଆ ଆବେଦନ ଆମ ପାଖକୁ ଆସିସାରିଛି । ସୁଭଦ୍ରା ହେଲ୍ପ ଡେସ୍କରେ ଥିବା ଦୁଇ ଜଣଙ୍କ କର୍ମଚାରୀଙ୍କ କାର୍ୟ୍ୟକାଳ ୨୦୨୭ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ସବୁ ମହିଳାଙ୍କ ପାଖରେ ସୁଭଦ୍ରା ରାଶି ପହଞ୍ଚିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ବାକି ପଡିଥିବା ସୁଭଦ୍ରା ଟଙ୍କା ଆଜି ମହିଳାଙ୍କ ଖାତାକୁ ଗଲା । ଆଜି ବହୁତ ବଡ଼ ଦିନ। ବିଜେପିର ସରକାର ତିନି ରାଜ୍ୟରେ ଆସିଛି ଓ ଆଜି ଆମ ରାଜ୍ୟରେ ବକେୟା ସୁଭଦ୍ରା ଟଙ୍କା ମହିଳାଙ୍କ ଖାତାକୁ ଯାଇଛି ।
Comments ସମସ୍ତ ମତାମତ 0