Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘କାଙ୍ଗୁଲା' ଭଳି ଚଳଚ୍ଚିତ୍ର ସମାଜର ଆସ୍ଥା ଓ ଶ୍ରଦ୍ଧାକୁ ବଜାୟ ରଖିବ : ଧର୍ମେନ୍ଦ୍ର

    Share on :
    ajab-Image
    Date: May 3, 2026    Views: 3856

    ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର  ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ନୂତନ ଓଡ଼ିଆ ଚଳଚ୍ଚିତ୍ର 'କାଙ୍ଗୁଲା'ର ଟ୍ରେଲର ଦେଖିବା ସହ ଏହାର ପ୍ରଶଂସା କରିଛନ୍ତି ।

    ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅନୁଗୋଳର ପ୍ରସିଦ୍ଧ 'କାଙ୍ଗୁଲା' ଗ୍ରାମର ଦଣ୍ଡୁଆ ଦଳର ଜୀବନଶୈଳୀ ଓ ଆଧ୍ୟାତ୍ମିକ ବିଶ୍ୱାସକୁ ନେଇ ନିର୍ମିତ ଏହି ସିନେମା ଓଡ଼ିଆ ସଂସ୍କୃତିର ଏକ ନିଚ୍ଛକ ପ୍ରତିଛବି । ସେ ଆହୁରି କହିଛନ୍ତି, ଓଡ଼ିଆ ସିନେମା କେବଳ ମନୋରଞ୍ଜନ ନୁହେଁ, ଏହା ଏକ ସାମାଜିକ ବାର୍ତ୍ତା ଓ ଆନ୍ଦୋଳନ । 'କାଙ୍ଗୁଲା' ଭଳି ଚଳଚ୍ଚିତ୍ର ଆମ ସମାଜର ଆସ୍ଥା ଓ ଶ୍ରଦ୍ଧାକୁ ବଜାୟ ରଖିବାରେ ସହାୟକ ହେବ । ଓଡ଼ିଶାର ପାରମ୍ପରିକ 'ଦଣ୍ଡ ନାଚ' ଏବଂ ମାଆ କାଳୀଙ୍କ ମହିମା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ମାଟିର ମୌଳିକ କାହାଣୀକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଥିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

    ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଚଳଚ୍ଚିତ୍ରର ମୁଖ୍ୟ କଳାକାର ସମ୍ବିତ ଆଚାର୍ଯ୍ୟ, ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook